ଜାଣନ୍ତି କି, ଏମିତି କିଛି ଜୁସ୍ ରହିଛି ଯାହାକୁ ପିଇବା ଦ୍ୱାରା ଶରୀର କ୍ୟାନ୍ସର୍ ସହ ଲଢ଼େଇ କରିବାକୁ ଶକ୍ତି ପାଇଥାଏ। ପିଅନ୍ତୁ ଏହି ସବୁ ଜୁସ୍...
ବିଟ୍: ବିଟ୍ରେ ଏପରି ତତ୍ତ୍ୱ ରହିଛି ଯାହା ଲିୟୁକେମିୟା ଚିକିତ୍ସା ପାଇଁ ଖୁବ୍ ଉପଯୋଗୀ। ବିଟ୍ରେ କାରୋଟେନୋଇଡ୍ସ ରହିଛି, ଯାହା ସମସ୍ତ ପ୍ରକାରର କ୍ୟାନ୍ସର୍ର ଉପଚାର ପାଇଁ ସାହାଯ୍ୟ କରିଥାଏ।
ବ୍ରୋକ୍କୋଲି: ବ୍ରୋକ୍କୋଲିରେ ଇଣ୍ଡୋଲ-୩-କାର୍ବିନୋଲ୍, ଆଣ୍ଟି ଅକ୍ସିଡାଣ୍ଟ୍ ରହିଛି, ଯାହା ଆଷ୍ଟ୍ରୋଜେନ୍କୁ କମ୍ କରେ ଓ ବ୍ରେଷ୍ଟ୍ କ୍ୟାନ୍ସର୍, କାର୍ଭିକ୍ କ୍ୟାନ୍ସର୍ ଓ ଓଭାରି କ୍ୟାନ୍ସର୍ ନିରୋଧ କରି ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ବ୍ରୋକ୍କୋଲି କିଣିବା ସମୟରେ ଯାଞ୍ଚ କରନ୍ତୁ, ଯେମିତି କି ଉପର ପାର୍ଶ୍ୱ ହଳଦିଆ ରଙ୍ଗ ହୋଇ ନ ଥିବ।
ଗାଜର: ଗାଜର ଜୁସ୍କୁ କେହି କେହି ଗୋଲ୍ଡେନ୍ ଜୁସ୍ କହି ଥାଆନ୍ତି। ଗାଜର ଚୋପାରେ ଥିବା ବିଟା-କାରୋଟିନ୍ ତ୍ୱଚା କ୍ୟାନ୍ସର୍, ମେଲାନୋମା ପାଇଁ ଏକ ପ୍ରାକୃତିକ ପ୍ରତିରୋଧକ ଅଟେ। ଛୋଟ, କିଛି ମାତ୍ରାରେ ଚେର ଥିବା ଓ ଚିକ୍କଣ ଥିବା ଗାଜରକୁ ଖାଇବା ଉଚିତ୍।
ଟମାଟୋ: ଟମାଟୋରେ ଅନେକ ଉପକାରୀ ତତ୍ତ୍ୱ ରହିଛି। ଏଇ ଯେମିତି ଭିଟାମିନ୍ ସି, ସୋଡିୟମ୍ ଫସ୍ଫରସ୍, କାଲ୍ସିୟମ୍, ପୋଟାସିୟମ୍, ମାଗ୍ନେସିୟମ୍ ଓ ସଲ୍ଫର୍ ଇତ୍ୟାଦି ରହିଥାଏ। ପ୍ରୋଷ୍ଟେଟ୍ କ୍ୟାନ୍ସର୍ ପାଇଁ ଟମାଟୋ ହେଉଛି ଖୁବ୍ ଉପକାରୀ। ଏଥିରେ ଗ୍ଲୁଟାଥିଓନ୍ ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।
ନୋନି ଜୁସ୍: ଯଦି କେହି କ୍ୟାନ୍ସର୍ ପ୍ରଥମ ସ୍ତରରେ ଥାଆନ୍ତି ତା’ହେଲେ ନୋନି ଜୁସ୍ ତା’ର ଚିକିତ୍ସା ପାଇଁ ଖୁବ୍ ଉପଯୋଗୀ ହୋଇଥାଏ। ଏହା କ୍ୟାନ୍ସର୍ କୋଷଗୁଡ଼ିକୁ ମାରି ଶ୍ୱେତ ରକ୍ତ କଣିକା (ହ୍ଵାଇଟ୍ ବ୍ଲଡ୍ ସେଲ୍ସ୍) ରକ୍ତରେ ତିଆରି କରିଥାଏ। ଏହା ବ୍ୟତୀତ, ଏହା କୋଷଗୁଡ଼ିକୁ ମଜବୁତ୍ କରିଥାଏ, ଯାହାକି କ୍ୟାନ୍ସର୍ ସହ ଲଢ଼ିବାର ପୋଷକ ତତ୍ତ୍ୱ ଗ୍ରହଣ କରିବାକୁ ସୁବିଧାଜନକ କରିହେବ।