ପ୍ରତିଦିନ କରୁଥିବା ଏହି ୮ଟି ବଦଭ୍ୟାସ ବନ୍ଦ କରନ୍ତୁ, ନ ହେଲେ ଲିଭର ଖରାପ ହୋଇଯିବ!

ଲିଭର ଶରୀରର ମୁଖ୍ୟ ଅଙ୍ଗମାନଙ୍କ ମଧ୍ୟରୁ ଗୋଟିଏ, ଯିଏ କେବଳ ହଜମ ନୁହେଁ ବରଂ ଶରୀରର ଆହୁରି ବହୁତ କାର୍ଯ୍ୟ କରିଥାଏ। ଡାକ୍ତରଙ୍କ କହିବା ଅନୁସାରେ, ଲିଭରକୁ ସୁସ୍ଥ ରଖିବା ପାଇଁ ଏହି ସମସ୍ତ ବଦଭ୍ୟାସ ଯେତେ ଶୀଘ୍ର ବନ୍ଦ କରିପାରିବେ ସେତିକି ଭଲ।

 

ଚିନି: ଲିଭର ଶର୍କରାକୁ ଚର୍ବିରେ ପରିଣତ କରିଥାଏ। ଅଧିକ ଚିନି ଖାଇବା ଦ୍ୱାରା ଲିଭରକୁ ଅଧିକ କାମର ଚାପ ପଡ଼ିଥାଏ। ଲିଭରରେ ମଧ୍ୟ ଅଧିକ ଚର୍ବି ଜମା ହୁଏ। ଏମିତିରେ ଲିଭର ଖରାପ ହେବାର ଆଶଙ୍କା ବଢ଼ିଯାଏ।

ପେନ୍‌ କିଲର୍ସ ଔଷଧ: ଅତ୍ୟଧିକ ପେନ୍‌ କିଲର୍ସ୍‌ ଦୀର୍ଘ ଦିନ ପର୍ଯ୍ୟନ୍ତ ଖାଇବା ଦ୍ୱାରା ଲିଭର ଖରାପ ହେବାର ସମ୍ଭାବନା ଥାଏ।

ମଦ୍ୟପାନ: ଅଧିକ ମଦ୍ୟପାନ କଲେ ଶରୀରରେ ଟକ୍ସିନ୍‌ ବା ବିଷାକ୍ତ ଦ୍ରବ୍ୟର ମାତ୍ରା ବଢ଼ିଯାଏ। ଏହି ଟକ୍ସିନ୍‌ସ୍‌ ଲିଭରରେ ଜମା ହୋଇ ତା’କୁ ଖରାପ କରିଥାଏ।

କମ୍‌ ନିଦ୍ରା: ନିଦ ପୂରା ନ ହେଲେ ଲିଭର ଠିକ୍‌ ଭାବେ କାମ କରି ନ ଥାଏ। ଫଳରେ ଲିଭରରେଚର୍ବି ଜମା ହୋଇ କ୍ଷତି କରିଥାଏ।

କୋଲ୍ଡ ଡ୍ରିଙ୍କ୍‌ସ୍‌: କୋଲ୍ଡ ଡ୍ରିଙ୍କ୍‌ସ୍‌ରେ କୃତ୍ରିମ ଶର୍କରା ଓ ରଙ୍ଗ ଦିଆ ଯାଇଥାଏ। ଏହାକୁ ପିଇବା ଦ୍ୱାରା ଲିଭରରେ ଚର୍ବି ଜମା ହୋଇଥାଏ। ଯେଉଁଥିପାଇଁ ଲିଭର ଖରାପ ହେବାର ସମ୍ଭାବନା ଅଧିକ ବଢ଼ିଯାଏ।

ଜଙ୍କ୍‌ ଫୁଡ୍‌: ପ୍ରତିଦିନ ବର୍ଗର, ସ୍ୟାଣ୍ଡ୍‌ଓ୍ଵିଚ୍‌ ବା ପିଜ୍ଜା ଖାଇଲେ ଶରୀରରେ ନ୍ୟୁଟ୍ରିସନ୍‌ କମି ଯାଇଥାଏ। ଏଥିପାଇଁ ଲିଭର୍‌କୁ କାମ କରିବାରେ ଅସୁବିଧା ହୋଇଥାଏ ଓ ଲିଭରରେ ଚର୍ବି ଜମା ହୋଇଯାଏ।

ଧୂମପାନ: ସିଗାରେଟ୍‌ରେ ବହୁତ ଟକ୍ସିକ୍‌ କେମିକାଲ୍‌ ରହିଥାଏ, ଯାହା ଲିଭର୍‌ର ସେଲ୍‌ଗୁଡ଼ିକର କ୍ଷତି କରିଥାଏ।

 

ସପ୍ଲିମେଣ୍ଟ୍‌: ଡାକ୍ତର କିମ୍ବା ଫିଜିସିଏନ୍‌ଙ୍କ ବିନା ପରାମର୍ଶରେ ଅଧିକ ସପ୍ଲିମେଣ୍ଟ୍‌ ବା ଔଷଧ ଖାଇବା କିମ୍ବା ଅଧିକ ମାତ୍ରାରେ ଭିଟାମିନ୍‌ A ଖାଇବା ଲିଭର ପାଇଁ କ୍ଷତିକାର ଅଟେ। ଏହା ଯୋଗୁଁ ଲିଭର ଖରାପ ହୋଇପାରେ।

ସମ୍ବନ୍ଧିତ ଖବର