ଅର୍ଥଶାସ୍ତ୍ର ରଚୟିତା ପଣ୍ଡିତ ଚାଣକ୍ୟ ଜଣେ ଦାର୍ଶନିକ ଭାବେ ବେଶ୍ ଜଣାଶୁଣା। ସେ ଦେଇଥିବା ଉପଦେଶ ସବୁ ମାନି ଚଳିଲେ ବ୍ୟକ୍ତି ଏକ ନିର୍ଭୁଲ ଜୀବନ ବିତାଇ ପାରିବ ଏଥିରେ ସନ୍ଦେହ ନାହିଁ। ତାଙ୍କୁ ବିଷ୍ଣୁଗୁପ୍ତ ନାମରେ ମଧ୍ୟ ଲୋକ ଜାଣନ୍ତି। ଏବେ ବି ଚାଣକ୍ୟ ଦେଇଥିବା ଉପଦେଶ ସବୁ ଦୈନନ୍ଦିନ ଜୀବନ ପାଇଁ ଆବଶ୍ୟକୀୟ। ତେବେ ଆସନ୍ତୁ ଜାଣିବା ଚାଣକ୍ୟଙ୍କ କହିବା ଅନୁଯାୟୀ କେଉଁମାନେ ଅନ୍ୟର ଦୁଃଖ ବୁଝନ୍ତି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜା: ଜଣେ ରାଜା ସମ୍ମୁଖରେ ସମସ୍ତେ ସମାନ ହୋଇଥାନ୍ତି। ସବୁ ପ୍ରଜାଙ୍କ ପାଇଁ ରାଜା ସମାନ ନ୍ୟାୟ କରିଥାନ୍ତି। ତେଣୁ କୌଣସି ଦଣ୍ଡ ବିଧାନ ସମୟରେ କେହି ଯଦି ରାଜାଙ୍କୁ ଅନୁରୋଧ ବି କରିଥାନ୍ତି ତଥାପି ବି ରାଜା ଦଣ୍ଡ କୋହଳ କରିନଥାନ୍ତି। କାହିଁକି ନା, ଜଣେ ରାଜାର ଦଣ୍ଡ ବିଧାନ କୋହଳ ହୋଇଗଲେ ରାଜତନ୍ତ୍ର କୋହଳ ହୋଇଯାଇଥାଏ।
ଯମରାଜ: ଜଣେ ବ୍ୟକ୍ତିର ଆୟୁ ପୂରିବା ମାତ୍ରେ ଯମରାଜ ତାଙ୍କୁ ନିଜ ନିକଟକୁ ନେଇ ଯାଆନ୍ତି। ଯେତିକି ଦିନ ପର୍ଯ୍ୟନ୍ତ ବ୍ୟକ୍ତି ଭାଗ୍ୟରେ ଆୟୁଷ ଲେଖିଥାଏ ଯମରାଜ ଗଣି ଗଣି ସେତିକି ଦିନ ମଧ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ନିଜ ନିକଟକୁ ନେଇ ଯାଆନ୍ତି। ସେ ପରିବାର, ବନ୍ଧନ, ସ୍ନେହ,ପ୍ରେମ ଆଦି କୌଣସି କଥାରେ ପଡ଼ନ୍ତି ନାହିଁ, କଠୋରତାର ସହ ନିଜ କାର୍ଯ୍ୟ କରିଥାନ୍ତି।
ଶିଶୁ: ପିଲାମାନେ କେବେ ହେଲେ ପରିବାରର ପରିସ୍ଥିତି ବୁଝନ୍ତି ନାହିଁ। ନିଜର ଆର୍ଥିକ ସମ୍ବଳ ବୁଝନ୍ତି ନାହିଁ। ତାଙ୍କୁ ଭଲ ଲାଗୁଥିବା ଜିନିଷକୁ ସେ ବାପାଙ୍କ ନିକଟରେ ଦାବି କରିଥାନ୍ତି। ବାପାଙ୍କ ସମ୍ବଳ ବିଷୟରେ ଚିିନ୍ତା କରିବାର କ୍ଷମତା ସେମାନଙ୍କ ମଧ୍ୟରେ ନଥାଏ। ତେଣୁ କଥାରେ ରହିଛି ଶିଶୁ ବି ବାପାମାଆଙ୍କ ଦୁଃଖ ବୁଝନ୍ତି ନାହିଁ।
ଭିକାରି: ଭିକାରିମାନେ ବି କେବେ ଅନ୍ୟର ଦୁଃଖ ବୁଝନ୍ତି ନାହିଁ। ସେ ଭିକ୍ଷା ପାଇଁ ସବୁ ଦୁଆରେ ଯାଇ ପହଞ୍ଚନ୍ତି। କାହାର ଭିକ୍ଷା ଦେବାକୁ ସାମର୍ଥ୍ୟ ଅଛି କି ନାହିଁ ସେମାନେ ଚିନ୍ତା କରନ୍ତି ନାହିଁ।
ଚୋର: ଚୋରି କରୁଥିବା ଲୋକଟି କ’ଣ ବା ଅନ୍ୟର ଦୁଃଖ ବୁଝିବ। ଯଦି ବୁଝିପାରୁଥାନ୍ତା ତେବେ ସେ କେବେ ଚୋରି ହିଁ କରୁନଥାନ୍ତା। କିଏ କେଉଁ ପରିସ୍ଥିତିରେ କି ଜିନିଷ କିଣିିିଛି ତାହାକୁ ଚିନ୍ତା ନକରି ଚୋରମାନେ ଚୋରି କରିଥାନ୍ତି। ଏପରି ଅନେକ ବ୍ୟକ୍ତି ନିଜର ସଂପୂର୍ଣ୍ଣ ଆୟ ଖର୍ଚ୍ଚ କରି କିଣିଥିବା ଜିନିଷଟିକୁ ଚୋରମାନେ ଚୋରି କରି ନେଇଥାନ୍ତି।