ଅମୃତଭଣ୍ଡା ତ ଉପକାରୀ, କିନ୍ତୁ ଏହି ଶ୍ରେଣୀର ଲୋକଙ୍କ ଲାଗି ବିଷ ସଦୃଶ !

କୁହାଯାଏ କି ସୁସ୍ଥ ରହିବାକୁ ହେଲେ ବ୍ୟକ୍ତିକୁ ଋତୁ ଅନୁସାରେ ପନିପରିବା ଏବଂ ଫଳକୁ ତାହାର ଡାଏଟ୍‌ରେ ସାମିଲ୍‌ କରିବା ଦରକାର। ତେବେ ଅମୃତଭଣ୍ଡା ହେଉଛି ଏପରି ଏକ ଫଳ,ଯାହାକୁକି ଲେକେ ସାଲାଡ୍‌ ଏବଂ ଜୁସ୍‌ ରୂପରେ ବି ଖାଆନ୍ତି। କାରଣ ଅମୃତଭଣ୍ଡା କମ୍‌ କ୍ୟାଲୋରୀ ବାଲା ଫଳ ହେବାସାଂଗକୁ ପାଚନକ୍ରିୟା କ୍ଷମତାକୁ ବି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହାର ଫାଇଦା ନୁହେଁ ବରଂ ଆପଣଙ୍କର କେଉଁ ସମସ୍ୟା ରହିଥିଲେ ଏହାର ସେବନ ଆପଣଙ୍କ ସ୍ୱାସ୍ଥ୍ୟ ଲାଗି ବିଷ ସଦୃଶ ହୋଇଥାଏ ,ସେହି ବିଷୟରେ ଜଣାଇବୁ।
ଜାଣନ୍ତୁ କେଉଁ ସମସ୍ୟା ଥିବା ବ୍ୟକ୍ତି ଏହାର ସେବନଠୁଁ ଦୂରେଇ ରହିବା ଉଚିତ?…
୧-ଗର୍ଭବତୀ ମହିଳା:-ସାଧାରଣ ଭାବରେ କହିବାକୁ ଗଲେ ଗର୍ଭବତୀ ମହିଳା ଅମୃତଭଣ୍ଡାର ସେବନଠୁଁ ଦୂରେଇ ରୁହିବା ଦରକାର। କାରଣ ଏହାର ମଞ୍ଜି ଏବଂ ଫଳ ଉଭୟ ଉଭୟ ଭ୍ରୁଣକୁ କ୍ଷତି ପହଞ୍ଚାଇଥାଏ। ତେବେ ଅମୃତଭଣ୍ଡାରେ ଲେଟେକ୍ସ ଭରପୁର ମାତ୍ରାରେ ରହିଥିବା କାରଣକୁ ନେଇ ଏହା ଗର୍ଭାଶୟକୁ ସଂକୁଚିତ କରିଥାଏ।
୨-କୋଷ୍ଠକାଠିନ୍ୟତା ସମସ୍ୟା ଥିବା ବ୍ୟକ୍ତି:- ଅମୃତଭଣ୍ଡାରେ ଭରପୁର ମାତ୍ରାରେ ଫାଇବର ରହିଥାଏ, ଯାହାକି କୋଷ୍ଠକାଠିନ୍ୟତା ସମସ୍ୟା ରହିଥିବା ବ୍ୟକ୍ତିଙ୍କ ଲାଗି ଲାଭକାରୀ ହୋଇଥିଲେ ବି ଏହାର ମାତ୍ରାଧିକ ବ୍ୟବହାର ଅନେକ ଲୋକଙ୍କ ପେଟ ମଧ୍ୟ ଖରାପ କରିଥାଏ। ଏହାସହିତ ଅମୃତଭଣ୍ଡାରେ ଲେଟେକ୍ସ ମିଳିଥାଏ,ଯାହାକି ବ୍ୟକ୍ତିର ପେଟକୁ ଖରାପ କରିପାରେ!


୩-ଆଲର୍ଜି ସମସ୍ୟା ରହିଥିଲେ:-ଅମୃତଭଣ୍ଡାରେ ସାଧାରଣତଃ ପପେନ୍‌ ନାମକ ପଦାର୍ଥ ରହିଥାଏ,ଯାହାକି ଏଲର୍ଜି ହେବାର ସମ୍ଭାବନକୁ ବଢ଼ାଇଦେଇଥାଏ। ତେଣୁ ଏହାର ମାତ୍ରାଧିକ ସେବନ ବ୍ୟକ୍ତିଠାରେ ପାର୍ଶ୍ୱପ୍ରତିକ୍ରିୟା କରାଇଥାଏ।ଏହାଫଳରେ ବ୍ୟକ୍ତିର ମୁଣ୍ଡ ଘୂରାଇବା,ମୁଣ୍ଡବ୍ୟଥା କାଛୁ ଆଉ କୁଣ୍ଡିଆ ଭଳି ସମସ୍ୟା ଆଦି ଦେଖା ଦେଇଥାଏ।

ସମ୍ବନ୍ଧିତ ଖବର