/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_2.jpg)
ସକାଳେ ଅଧିକ ସମୟ ଯାଏ ଶୋଇବା: ସକାଳେ ଡେରି ଯାଏଁ (୮ ଘଣ୍ଟାରୁ ଅଧିକ) ଶୋଇଲେ ଶରୀରରେ କାର୍ଟିସୋଲ୍ ହର୍ମୋନ୍ ତିଆରି ହୁଏ ଓ ଏହା ଚର୍ବି ବଢ଼ାଏ।
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_3.jpg)
ସକାଳ ଖରା ଦେହରେ ନ ପଡ଼ିବା: ସକାଳ ସୂର୍ଯ୍ୟ କିରଣରେ ଥିବା ଅତିବାଇଗଣୀ ରଶ୍ମି ଫ୍ୟାଟ୍ ବର୍ଣ୍ଣିଂ ପ୍ରୋସେସ୍କୁ (ଚର୍ବି କ୍ଷୟ ପ୍ରକ୍ରିୟା) ବଢ଼ାଇଥାଏ। ପ୍ରତିଦିନ ସକାଳେ ୨୦ ରୁ ୩୦ ମିନିଟ୍ ଶରୀରରେ ଖରା ନ ପଡ଼ିଲେ ଓଜନ ବଢ଼ିପାରେ।
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_4.jpg)
ସକାଳେ ଜଳଖିଆ ନ ଖାଇବା: ଯେଉଁମାନେ ସକାଳେ ଜଳଖିଆ ଖାଆନ୍ତି ନାହିଁ, ସେମାନଙ୍କର ଫ୍ୟାଟ୍ ବର୍ଣ୍ଣିଂ ପ୍ରୋସେସ୍ (ଚର୍ବି କ୍ଷୟ ପ୍ରକ୍ରିୟା) ହ୍ରାସପାଏ। ଜଳଖିଆରେ ପ୍ରୋଟିନ୍ ଓ କାର୍ବୋହାଇଡ୍ରେଟ୍ ନିଶ୍ଚୟ ମିଶ୍ରଣ କରନ୍ତୁ।
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_5.jpg)
ବ୍ୟାୟାମ ନ କରିବା: ପ୍ରତିଦିନ ୨୦ ମିନିଟ୍ ମର୍ଣ୍ଣିଂ ଓ୍ଵାକ୍ କିମ୍ବା ବ୍ୟାୟାମ୍ ନ କରିଲେ ଚର୍ବି କ୍ଷୟ ପ୍ରକ୍ରିୟା ଧୀର ହୋଇଯାଏ। ଏମିତିରେ ବି ଓଜନ ବଢ଼ିପାରେ।
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_6.jpg)
ଅଧିକ କ୍ୟାଲୋରିର ସ୍ନାକ୍ସ୍ ଖାଇବା: ସକାଳେ ଉଠିଲା ପରେ ପେଟ ସମ୍ପୂର୍ଣ୍ଣ ମାତ୍ରାରେ ଖାଲି ଥାଏ। ଯଦି ଅଧିକ କ୍ୟାଲୋରିର ସ୍ନାକ୍ସ୍; ଚିପ୍ସ, ସାଣ୍ଡ୍ଉଇଜ୍ ଓ ବର୍ଗର ଭଳି ଜିନିଷ ଖାଇଲେ ତାହା ଚର୍ବିରେ ରୂପାନ୍ତରିତ ହୋଇଯାଏ ଓ ଏହା ଯୋଗୁଁ ଓଜନ ବଢ଼ିପାରେ।
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_7.jpg)
ପାଣି ନ ପିଇବା: ସକାଳେ ଖାଲି ପେଟରେ ୧ ରୁ ୨ ଗ୍ଲାସ ପାଣି ନ ପିଇଲେ ଦେହରୁ ବିଷାକ୍ତ ପଦାର୍ଥ ବାହାରକୁ ଆସିପାରି ନ ଥାଏ। ଏହା ଯୋଗୁଁ ମଧ୍ୟ ଫ୍ୟାଟ୍ ବର୍ଣ୍ଣିଂ ପ୍ରୋସେସ୍ (ଚର୍ବି କ୍ଷୟ ପ୍ରକ୍ରିୟା) ଧୀର ହୋଇଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Morning-Habits_Weight-Gain_Slide_1.jpg)