ଏହି ସବୁ ଜିନିଷ ଆପଣଙ୍କ ଦାନ୍ତକୁ ହଳଦିଆ କରିଥାଏ

ସମସ୍ତେ ଚାହାଁନ୍ତି ନିଜର ଦାନ୍ତକୁ ସଫା ଓ ଧଳା ରଖିବା ପାଇଁ। ଯେତେବେଳେ କାହା ସହ ଆପଣ କଥା ହେଉଥିବେ ଓ ଆପଣଙ୍କ ଦାନ୍ତ ସଫା ନ ଥିବ ବା ହଳଦିଆ ଦେଖା ଯାଉଥିବ ତା’ହେଲେ ଆପଣଙ୍କୁ ଅବାଗିଆ ଲାଗିଥାଏ। ବହୁ ସ୍ଥାନରେ ଆପଣଙ୍କ ଦାନ୍ତର ରଙ୍ଗ ହିସାବରେ ମଧ୍ୟ ଆପଣଙ୍କୁ ଗଣନା କରାଯାଇଥାଏ। ଯଦିଓ ଆପଣ ପ୍ରତିଦିନ ବ୍ରସ୍‌ କରନ୍ତି, କିନ୍ତୁ ଆପଣଙ୍କ ଦାନ୍ତ ଧଳା ଦେଖା ନ ଯାଇ କିଛି ମାତ୍ରାରେ ହଳଦିଆ ଦେଖା ଯାଇଥାଏ।

 

କାହିଁକି ଦାନ୍ତ ହଳଦିଆ ଦେଖାଯାଏ
ଆପଣଙ୍କ ଦାନ୍ତ ବହୁ କାରଣରୁ ହଳଦିଆ ହୋଇପାରେ। ଅଧିକାଂଶ କ୍ଷେତ୍ରରେ ପାଣିରେ ମାତ୍ରାଧିକଫ୍ଲୋରାଇଡ୍‌ ଥିବା ଯୋଗୁଁ ଦାନ୍ତ ହଳଦିଆ ହୋଇଥାଏ। ଫ୍ଲୋରାଇଡ୍‌ ଅଧିକାଂଶ ଲୋକଙ୍କ ଦାନ୍ତ ହଳଦିଆ ପକାଇ ଦିଏ।

 

ଚା’ ଓ କଫି
ଦାନ୍ତ ହଳଦିଆ ହେବାର ଆଉ ଏକ ମୁଖ୍ୟ କାରଣ ହେଉଛି ଚା’ ଓ କଫି। ଏଥିରେ କେଫିନ୍‌ ଥିବା ଯୋଗୁଁ ଦାନ୍ତ ଶୀଘ୍ର ହଳଦିଆ ହୋଇଥାଏ।

 

ସାଇଟ୍ରସ୍‌ ଏସିଡ୍‌ ଫଳ
ପ୍ରବଳ ମାତ୍ରାରେ ଭିଟାମିନ୍‌ ସି ଥିବାରୁ ସାଇଟ୍ରିକ୍‌ ଫଳ (ଲେମ୍ବୁଜାତୀୟ ଫଳ) ଶରୀର ପାଇଁ ଭଲ ହେଲେ ବି ଏହାର ଖରାପ ଗୁଣ ହେଉଛି, ଦାନ୍ତକୁ ହଳଦିଆ କରିଦେବା। ଏହି ଫଳଗୁଡ଼ିକରେ ଏସିଡ୍‌ ଥିବା ଯୋଗୁଁ ତାହା ଆପଣଙ୍କ ଏନାମେଲ୍‌କୁ ନଷ୍ଟ କରିଦିଏ ଯେଉଁଥିପାଇଁ ଆପଣଙ୍କ ଦାନ୍ତ ହଳଦିଆ ଦେଖାଯାଏ।

 

ମିଠା
ମିଠା ଖାଇବାକୁ ଖୁବ୍‌ ପସନ୍ଦ କରୁଥିଲେ, ଜାଣି ରଖନ୍ତୁ, ଆପଣଙ୍କ ଦାନ୍ତରେ ଅନେକ ପ୍ରକାରର ଅସୁବିଧା ଦେଖାଯିବ। ସୁଗନ୍ଧିତ ମିଠାଇ ଓ ଅନ୍ୟ ମିଠା ସବୁ କେବଳ ଆପଣଙ୍କ ମୁଖଗହ୍ଵର ପାଇଁ ସମସ୍ୟା ନୁହେଁ, ଏହା ଆପଣଙ୍କ ଦାନ୍ତର ଏନାମେଲ୍‌କୁ ମଧ୍ୟ ଖରାପ କରିଥାଏ।

 

ସିଗାରେଟ୍‌
ଯେଉଁମାନେ ସିଗାରେଟ୍‌ ଟାଣନ୍ତି, ସେମାନଙ୍କ ଦାନ୍ତର ରଙ୍ଗ ମଳିନ ପଡ଼ିଯାଏ। ସିଗାରେଟ୍‌ ଟାଣିବା ଦ୍ୱାରା କେବଳ କ୍ୟାନ୍‌ସର୍‌ ଭଳି ବଡ଼ ରୋଗ ହୋଇ ନ ଥାଏ, ଏହା ଦ୍ୱାରା ଆପଣଙ୍କ ଦାନ୍ତ ରଙ୍ଗର ଉଜ୍ଜ୍ୱଳତା ମଧ୍ୟ ନଷ୍ଟ କରିଥାଏ। ଯାହା ଦ୍ୱାରା ଆପଣଙ୍କ ଦାନ୍ତ ଧୀରେ ଧୀରେ ହଳଦିଆ ପଡ଼ିଯାଏ।

 

 

ସୋଡ଼ା ପାନୀୟ
ଅଳ୍ପ ଅଳ୍ପ କରି ମୃଦୁପାନୀୟ ପିଇଲେ ବି ଦାନ୍ତ ଉପରେ କୁପ୍ରଭାବ ପଡ଼ିଥାଏ। ଏଥିରେ ଅଧିକ ମାତ୍ରାରେ ସର୍କରା ଭାଗ ଥାଏ। ଏହି ସର୍କରା ସଂସ୍ପର୍ଶରେ ଆସି ଏନାମେଲ୍‌ ଖାଇଯାଇ ଦାନ୍ତରେ ଦାଗ ପଡ଼ିଯାଏ।

 

ସମ୍ବନ୍ଧିତ ଖବର