ଏହି ତିନିଟି ଗୁଣ ସଫଳତାର ହକଦାର କରାଏ

ଭାଗ୍ୟ ଉପରେ ଭରସା କରି ଯଦି ଆପଣ ବସି ରହିବେ, ତା’ହେଲେ ଆପଣଙ୍କୁ କିଛି ମିଳିବନି । ଜଣେ ସଫଳ ମନୁଷ୍ୟକୁ କେବେ ହେଲେ ଭାଗ୍ୟ ଉପରେ ଭରସା କରିବା ଉଚିତ୍‌ ନୁହେଁ । କିଛି ପାଇବା ପାଇଁ ମଣିଷ ସେ ସବୁ କରିଥାଏ, ଯାହା ତାର ଆବଶ୍ୟକତା ଅଟେ । ଆସନ୍ତୁ ଜାଣିବା ଜଣେ ସଫଳ ମନୁଷ୍ୟ ଭିତରେ କ’ଣ କ’ଣ ରହିବା ଉଚିତ?

ସଫଳ ହେବାକୁ ହେଲେ ମଣିଷ ଭିତରେ ଏହି ତିନିଟି ଗୁଣ ରହିବା ଦରକାର । ଏହି ତିନି ଗୁଣ ହେଲା ଯୋଗ୍ୟତା, ପରିଶ୍ରମ, ସାଧୁତା । ଯଦି ଏହା ଭିତରୁ ଆପଣଙ୍କ ଭିତରେ ଗୋଟେ ଗୁଣ କମ୍‌ ଅଛି, ତା’ହେଲେ ଆପଣ ସଫଳତା ପାଇପାରିବେନି । ଯଦି ପାଇବେ, ତା’ହେଲେ ସଫଳତା ବେଶି ଦିନ ରହିବନି । ସଫଳତା ଏପରି ଏକ ଜିନିଷ ଯାହା ପାଇଁ ଆମେ କିଛି ପାଇବାକୁ ଇଚ୍ଛା ରଖୁଛେ । ଏହା ପାଇଁ ଆମେ ପରିଶ୍ରମ କରୁ ଏବଂ ଧୀରେ ଧୀରେ ସଫଳ ହେଉ ଏବଂ ଶେଷରେ ଏକ ବଡ ସଫଳତା ପାଉ ।

ସଫଳ ହେବାର ପ୍ରଥମ ଗୁଣ ହେଲା ‘ ଯୋଗ୍ୟତା’ । ଯଦି ଆପଣ କିଛି କାର୍ଯ୍ୟ କରିବା ପାଇଁ ଯୋଗ୍ୟ ନୁହେଁ, ଯେତେ ଚାହିଁଲେ ବି ଆପଣ ସେଥିରେ ସଫଳ ହୋଇପାରିବେନି । ପ୍ରତ୍ୟେକ ମଣିଷର ନିଜର ଯୋଗ୍ୟତା ଅଛି । ସମସ୍ତେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିପୁଣ ଥାଆନ୍ତି । କିନ୍ତୁ ଲୋକମାନଙ୍କୁ ପ୍ରତ୍ୟେକ କାର୍ଯ୍ୟ କରିବାର କ୍ଷମତା ରହିଛି । ଏଥିପାଇଁ ଆପଣ ଯେଉଁ କାମ କରିବା ପାଇଁ ମନରେ ଭାବିଦେଲେ, ଯଦି ତା’ ବିଷୟରେ ସବୁ ଜାଣିଛନ୍ତି, ବୁଝିଛନ୍ତି, କରିବାର ଶୈଳୀ ମଧ୍ୟ ଜାଣିଛନ୍ତି, ତାକୁ ଆପଣ ସଫଳ ରୂପରେ କରିପାରିବେ । ନହେଲେ ତାକୁ କରିବା ସମୟ ନଷ୍ଟ କରିବା ସହିତ ସମାନ ।

ସଫଳ ହେବାରେ ଦ୍ୱିତୀୟ ଗୁଣ ହେଲା ‘ ପରିଶ୍ରମ’ । ପରିଶ୍ରମ ବିନା ଆପଣ କୌଣସି କାର୍ଯ୍ୟ କରିପାରିବେନି । କୌଣସି ମନୁଷ୍ୟ ପରିଶ୍ରମର ମହତ୍ତ୍ୱ ବୁଝିଥାଏ ତ କିଏ ଏହାକୁ ସାମାନ୍ୟ ଶଦ୍ଦ କହିକି ଭୁଲିଯାଏ । ସଫଳତା ଆଡକୁ ଅଗ୍ରଗତି କରିବାରେ ପରିଶ୍ରମ ହିଁ ସାହାଯ୍ୟ କରିଥାଏ । ଯଦି କୌଣସି ବ୍ୟକ୍ତି ପରିଶ୍ରମ ର ଅର୍ଥ ବୁଝିନ ଥାଏ ଏବଂ ତାକୁ ଭାଗ୍ୟର ସାହାରା ମିଳିଗଲେ ମଧ୍ୟ ସେ ଧୋକାର ଶିକାର ହୋଇଥାଏ ।

ତୃତୀୟ ଗୁଣ ହେଲା ‘ ସାଧୁତା’ । ସାଧୁତା ଆମକୁ ଠିକ୍‌ ମାର୍ଗ ଦେଖାଇଥାଏ । କଷ୍ଟ ହେଲେ ମଧ୍ୟ ଏହି ରାସ୍ତାରେ ଚାଲିକି ଆମକୁ ସଫଳତା ମିଳିଥାଏ । ଭୁଲ୍‌ ରାସ୍ତା ବାଛି ନିଜର କାମ କରିଲେ ମଧ୍ୟ ସାଧୁତାର ମାର୍ଗ ଠିକ୍‌ ସଫଳତା ଦେଇଥାଏ ।

ସମ୍ବନ୍ଧିତ ଖବର