ଯୁବା ଦିଶିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ଉପାୟ

ଯୁବା ଦିଶିବା ପାଇଁ କିଏ ବା ନଚାହାନ୍ତି! ମାତ୍ର ମନେ ରଖନ୍ତୁ ଯେ ଯୁବା ‌ଦିଶିବା ପାଇଁ ବିଶେଷ କୌଣସି ପରିଶ୍ରମର ଆବଶ୍ୟକତା ନାହିଁ। ନିଜ ସ୍ବାସ୍ଥ୍ୟକୁ ନେଇ ନିଜେ ଯଦି ସାମାନ୍ୟ ସଚେତନ ରହିବା ତେବେ ମୁଖମଣ୍ଡଳ ସଦା ଔଜଲ୍ୟ ଦିଶିବ।

ବିଭିନ୍ନ ସେଲିବ୍ରେଟିଙ୍କ କହିବା ମୁତାବକ ଶରୀରକୁ ସଦା ଆବଶ୍ୟକୀୟ ଜଳ ମିଳିବା ଉଚିତ। ଅର୍ଥାତ ଆମେ ବିଭିନ୍ନ ପ୍ରକାର ପାନୀୟ ପାନ କରି ଶରୀରରେ ଜଳୀୟ ଅଂଶକୁ ବଜାୟ ରଖିବା ଦରକାର। ଯାହା ଦ୍ବାରା ବୟସର ଛାପ ଶରୀରରେ କମ୍‌ ଅନୁଭୂତ ହେବ।

ଅଭିନେତ୍ରୀ ମଲାଇକା  ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଲେଖିଥିଲେ ଯେ ସେ ଭିଟାମିନ୍‌ ଡି ପାଇବା ପାଇଁ ଦୈନିକ ସକାଳେ ନିଶ୍ଚୟ ସୂର୍ଯ୍ୟୋକିରଣରେ ଛିଡ଼ା ହୋଇଥାନ୍ତି। ଏହା ଯୁବା ତ୍ବଚା ପାଇଁ ନିହାତି ଜରୁରି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଭିଟାମିନ୍‌ ଡି ତ୍ବଚା ପାଇଁ ଖୁବ୍‌ ଉପକାରୀ। ସୂର୍ଯ୍ୟୋକିରଣ ଆମ ତ୍ବଚାକୁ ଯେତିକି ଯୁବା ଦିଶିବାରେ ସାହାଯ୍ୟ କରିପାରେ ଅନ୍ୟ କେଉଁଟିରେ ସେ ଉପାଦାନ ନାହିଁ।

ସମ୍ବନ୍ଧିତ ଖବର