ଏହି ୩ଟି ଜିନିଷ ଆପଣଙ୍କୁ ଜୀବନରେ ସଫଳ ହେବାକୁ ଦେଇ ନଥାଏ

ଜୀବନରେ ସଫଳତା ପାଇବାକୁ ହେଲେ ମଣିଷକୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ । କଠିନ ପରିଶ୍ରମ ସହ ସ୍ମାର୍ଟ ଉପାୟରେ ମଧ୍ୟ କାମ କରିବା ନିହାତି ଆବଶ୍ୟକ । ସ୍ମାର୍ଟ ଉପାୟରେ କାମ କରିବାର ମାନେ ହେଉଛି କେଉଁ ଜିନିଷ ଆପଣଙ୍କୁ ସଫଳତା ମିଳିବାରେ ବାଧକ ସାଜୁଛି ସେ ବିଷୟରେ ଜାଣିବା । ଠିକ୍‌ ସମୟରେ ବାଧକକୁ ଚିହ୍ନି ଦୂର ନ କରି ପାରିଲେ ଆପଣ କେବେ ହେଲେ ଜୀବନରେ ସଫଳ ହୋଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ସାଧାରଣତଃ ଭାବରେ କେଉଁ ୩ଟି ଜିନିଷ ଆପଣଙ୍କୁ ସଫଳତା ପାଇବାରୁ ରୋକିଥାଏ…
୧. ସଫଳତା ପାଇବା ପାଇଁ ହେଲେ ସମୟ ସହ ତାଳ ଦେଇ ଚାଲିବା ହେଉଛି ସବୁଠାରୁ ଜରୁରୀ । ବଦଳୁଥିବା ସମୟ ସହ ନିଜକୁ ନ ବଦଳାଇଲେ ଆପଣ ପଛରେ ରହିଯିବେ । ସମୟ ପରିବର୍ତ୍ତନ ସହ ଅନେକ ନୂଆ ଜିନିଷ ଘଟିଥାଏ । ପରିବର୍ତ୍ତନକୁ ଆପଣାଇ ସେଥିରୁ ନୂଆ ଜିନିଷ ଶିଖି ପରିଲେ ହିଁ ଆପଣ ସଫଳତା ପାଇ ପାରିବେ ।
୨. ଯେତେବେଳେ କୌଣସି ନୂଆ ଜିନିଷ ଶିଖୁଛନ୍ତି ବା କିଛି ନୂଆ ଉପାୟ ଆପଣାଇ କାମ କରିବାକୁ ଚାହୁଁଛନ୍ତି, ତେବେ ସଫଳତା ପାଇବା ପାଇଁ କିଛି ସମୟ ଅପେକ୍ଷା ନିଶ୍ଚୟ କରନ୍ତୁ । କିଛି ନୂଆ କାମ କରି ସେଥିରେ ତୁରନ୍ତ ସଫଳ ହେବା ଆଶାରେ ବେଳେ ବେଳେ ଆପଣ ସେ କାମରେ ଅସଫଳ ହୋଇଯାନ୍ତି । ଯଦି କିଛି କାମ ନୂଆ ଆରମ୍ଭ କରିଛନ୍ତି । ତେବେ ସେ କାମକୁ ସଫଳ ହେବା ପାଇଁ କିଛି ସମୟ ଦିଅନ୍ତୁ ।

money.bhaskar.com

୩. ଆପଣ ସଫଳତା ଆଡ଼କୁ ପାଦ ବଢ଼ାଉଛନ୍ତି କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କର ଏକ ଲକ୍ଷ୍ୟ ରହିବା ଆବଶ୍ୟକ । ଯଦି ଆପଣ କିଛି ଲକ୍ଷ୍ୟ ଠିକ୍‌ କରି ନେବେ ତେବେ ତାହାକୁ ପୂରା କରିବା ପାଇଁ ଅଧିକ ଚେଷ୍ଟା ନିହାତି କରିବେ । ଯାହା ଦ୍ୱାରା ଆପଣ ସଫଳତା ପାଇ ପାରିବେ ।

ସମ୍ବନ୍ଧିତ ଖବର