ବୁଦ୍ଧିମତୀ ମହିଳାମାନେ ସ୍ୱାମୀ ବା ବୟଫ୍ରେଣ୍ଡଙ୍କଠାରେ ଏହି କଥା ଦାବି କରି ନ ଥାନ୍ତି !

ବୁଦ୍ଧିମତୀ ମହିଳା ତାଙ୍କର ସ୍ୱାମୀ ବା ବୟଫ୍ରେଣ୍ଡଙ୍କଠାରେ କେତେକ କଥା ଦାବି କରି ନ ଥାନ୍ତି । ଆସନ୍ତୁ ଜାଣିବା ସେସବୁ ସଂପର୍କରେ…

ପରିବାର ଓ ସାଙ୍ଗମାନଙ୍କ ଠାରୁ ଦୂରେଇ ରହିବାକୁ କୁହନ୍ତି ନାହିଁ: ବୁଦ୍ଧିମତୀ ମହିଳା ଭଲଭାବେ ଜାଣନ୍ତି ଯେ ସ୍ୱାମୀଙ୍କ ପାଇଁ ସେ ଯେମିତି ଗୁରୁତ୍ୱପୂର୍ଣ୍ଣ ଠିକ୍‌ ସେମିତି ତାଙ୍କର ପରିବାର ଓ ବନ୍ଧୁମାନେ ମଧ୍ୟ । ଏମାନଙ୍କଠୁଁ ଦୂରେଇବା ଲାଗି କହିବା ଅର୍ଥ ହେଲା ଅଶାନ୍ତି ସୃଷ୍ଟି କରିବା ।
ରୁଚି ବଦଳାଇବାକୁ ଚେଷ୍ଟା କରନ୍ତି ନାହିଁ : କିଛି ପୁରୁଷଙ୍କର ନିଜର ବୃତ୍ତି ବ୍ୟତୀତ ଅନ୍ୟ କିଛି ରୁଚି ମଧ୍ୟ ଥାଏ । କାହାର ପେଣ୍ଟିଂ, ଟ୍ରାଭେଲିଂ ଭଳି ରୁଚି ଥାଏ । ଏଣୁ ତାହା ବଦଳାଇବାକୁ ଚେଷ୍ଟା କରନ୍ତି ନାହିଁ ମହିଳା । କାରଣ ଏହା ବି ସ୍ୱାମୀ ବା ପ୍ରେମିକଙ୍କୁ ଆଘାତ କରିପାରେ ବୋଲି ସେ ଜାଣନ୍ତି ।
ଭଲ ପାଇବା ଦାବି କରନ୍ତି ନାହିଁ: ସ୍ୱାମୀ ବା ସାଥୀ ତାଙ୍କୁ ଭଲ ପାଆନ୍ତୁ ଏହା ସବୁ ମହିଳା ଚାହାଁନ୍ତି , କିନ୍ତୁ ବୁଦ୍ଧିମତୀ ମହିଳାମାନେ ଏହାର ଦାବି କରନ୍ତି ନାହିଁ । କାରଣ ଏହା ଦ୍ୱାରା ସଂପର୍କରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥାଏ ।
ଅନ୍ୟ ମହିଳାଙ୍କୁ ଗୁରୁତ୍ୱ ନ ଦେବା ଲାଗି କହନ୍ତି ନାହିଁ: ବୁଦ୍ଧିମତୀ ମହିଳା କେବେ ବି ସ୍ୱାମୀ ଯଦି ଅନ୍ୟ କୌଣସି ମହିଳାଙ୍କୁ ଗୁରୁତ୍ୱ ଦେଉଥାନ୍ତି ,ତେବେ ତାକୁ ବିଶେଷ ଗୁରୁତ୍ୱ ଦିଅନ୍ତି ନାହିଁ।
ସ୍ୱାମୀ ବା ସାଥୀକୁ ବଦଳାଇବାକୁ ଚେଷ୍ଟା କରନ୍ତି ନାହିଁ: । ସଫଳ ସଂପର୍କ ର ଅନ୍ୟ ଏକ ମୁଖ୍ୟ କଥା ହେଲେ ଜଣେ ଅନ୍ୟ ଜଣଙ୍କୁ ନିଜ ପସନ୍ଦ ମୁତାବକ ଜୀବନଶୈଳୀ ରେ ନ ରହି ତାକୁ ବଦଳାଇବା ପାଇଁ ଚେଷ୍ଟା କରିବା । ଏହା ବି ବୁଦ୍ଧିମତୀ ମହିଳାମାନେ ଭଲ ଭାବେ ଜାଣନ୍ତି ।

                                                                        photo-amarujala
ନିଜର ସୀମା ଭିତରେ ରହନ୍ତି: ବୁଦ୍ଧିମତୀ ମହିଳାମାନେ ନିଜର କାର୍ଯ୍ୟର ପରିସୀମା ଓ ସଂପର୍କର ସୀମା ଭିତରେ ରହନ୍ତି । ଏହା ଦ୍ୱାରା ସେ ସ୍ୱାମୀ ବା ସାଥୀଙ୍କର ଅଧିକ ଭଲ ପାଇବା ଓ ଯତ୍ନ ପାଇଥାନ୍ତି । ସ୍ୱାମୀଙ୍କୁ ନିଜ ପାଖରେ ସବୁବେଳେ ରହିବାକୁ ବା ତାଙ୍କ ପାଇଁ ଅଧିକ ସମୟ ଦେବାକୁ କହି ନଥାନ୍ତି ।

ସମ୍ବନ୍ଧିତ ଖବର