ଗୁପ୍ତ ସମ୍ପର୍କ ପାଇଁ ଅଧିକାଂଶ ଭାରତୀୟ ମହିଳା ବ୍ୟବହାର କରୁଛନ୍ତି ଏହି ଆପ!

ନୂଆଦିଲ୍ଲୀ: ଅନୈତିକ ସମ୍ପର୍କ ରଖିବାରେ ସାହାଯ୍ୟ କରୁଥିବା ଫ୍ରାନ୍ସର ଆପ ଗ୍ଲୀଡେନ ନିକଟରେ ଏକ ସର୍ଭେ କରିଛି | ସର୍ଭେରେ କୁହାଯାଇଛି ଯେ ଏ ଯାଏଁ ପାଖାପାଖି ୮ ଲକ୍ଷ ଭାରତୀୟ ଗ୍ଲୀଡେନରେ ନିଜ ନାମକୁ ପଞ୍ଜିକରଣ କରାଇଛନ୍ତି | ଖାସ କଥା ହେଉଛି ଯେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ମହିଳା ରେଜିଷ୍ଟର କରିଛନ୍ତି | ଗ୍ଲୀଡେନରେ ସବୁଠାରୁ ଅଧିକ ରେଜିଷ୍ଟ୍ରେସନ କରିଥିବା ମହିଳାଙ୍କ ସହର ବାଙ୍ଗାଲୋର ବୋଲି ଦର୍ଶାଯାଇଛି | ଏହି ଅନଲାଇନ ଡେଟିଂ ପ୍ଳାଟଫର୍ମ ଅନୈତିକ ସମ୍ପର୍କ ପାଇଁ କରାଯାଇଛି | ବିଶ୍ୱ ସାରା ଲକ୍ଷାଧିକ ଲୋକ ଏହି ଆପର ସବସକ୍ରାଇବର ଅଛନ୍ତି |

Photo-The Hans India

ଗ୍ଲୀଡେନ ଡଟ କମ ମହିଳାଙ୍କ ପାଇଁ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ନିଃଶୁଳ୍କ ରଖାଯାଇଥିବାବେଳେ ପୁରୁଷଙ୍କ ପାଇଁ ଶୁଳ୍କ ଦେବାକୁ ପଡିବ | ୩୪ ବର୍ଷରୁ ୪୯ ବର୍ଷର ବ୍ୟକ୍ତିବିଶେଷ ହିଁ ଏହି ଆପକୁ ବ୍ୟବହାର କରିବାର ନିୟମ ରହିଛି | ଭାରତର ମହିଳାଙ୍କ ମଧ୍ୟରେ ଏହି ଆପ ପ୍ରତି ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି |

ଗ୍ଲୀଡେନ ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ଭାରତୀୟ ବ୍ୟବହାରକାରୀଙ୍କ ମଧ୍ୟରେ ୨୫ ପ୍ରତିବର୍ଷ ମହିଳା ଥିବାବେଳେ ଏହି ବର୍ଷ ଏହା ୧୦ ପ୍ରତିଶତ ବଢି ୩୫ ପ୍ରତିଶତରେ ପହଂଚିଛି | ଗ୍ଲୀଡେନର କହିବା କଥା ଯେ ଏହି ଆପ ଜଣଙ୍କର ପରିଚୟ ଲୁଚାଇବାର ଗ୍ୟାରେଣ୍ଟି ଦେଇଥାଏ | ଏହି ପ୍ଲାଟଫର୍ମରେ ଆସିବାକୁ ହେଲେ ମହିଳା ବା ପୁରୁଷଙ୍କୁ ସେମାନଙ୍କ ପିଲାଙ୍କ ସଂଖ୍ୟା, ବୈବାହିକ ସ୍ଥିତି, ବ୍ୟବସାୟ, ଆୟ ବାବଦରେ ତଥ୍ୟ ଦେବାକୁ ପଡିଥାଏ |

ସମ୍ବନ୍ଧିତ ଖବର