ଗରମ ଦିନରେ ପିଅନ୍ତୁ ନାହିଁ ଥଣ୍ଡା ପାନୀୟ ଓ ଏହି ଜୁସ୍‌, ଓଜନ ବଢ଼ିଯିବ

ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାହିଁକି ନା ଏହି ସମୟରେ ହେଭି ଫୁଡ୍‌ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।

ସଫ୍ଟ ଡ୍ରିଙ୍କ୍‌ସ : ବଜାରରେ ମିଳୁଥିବା ୩୩୦ ଏମଏଲ କୋକ ବୋତଲରେ ପ୍ରାୟ ୧୩୯ କାଲୋରି ଥାଏ । ସୁଗାର ମଧ୍ୟ ଅଧିକ ପରିମାଣରେ ଥାଏ । ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକମାନେ ସଫ୍ଟ ଡ୍ରିଙ୍କ୍‌ସ ପିଇବା ଅନୁଚିତ ।
ଆଲକୋହଲ: ଏକ ଗ୍ଲାସ ଓ୍ଵାଇନରେ ୧୧୦ ରୁ ୩୦୦ ଯାଏଁ କାଲୋରି ରହିଥାଏ ।

Glamour

ମଲାଇ ଲସୀ: ଦହି ଏବଂ ମଲାଇ ଲସି ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ । ତେଣୁ ଓଜନ କମ୍‌ କରିବାକୁ ଚାହୁଁଥିଲେ ଏସବୁକୁ ଗ୍ରହଣ କରନ୍ତୁ ନାହିଁ ।
ମକଟେଲ୍ସ : ଏଥିରେ ଥିବା ସ୍ୱିଟନର ଏବଂ ଫ୍ରୁଟ୍‌ ଫ୍ଲେଭରସ ରେ ୫୦୦ ରୁ ଅଧିକ କାଲୋରି ରହିଥାଏ।
ମଇଁଷି କ୍ଷୀର: ଏକ ଗ୍ଲାସ ମଇଁଷି କ୍ଷୀରରେ ୨୮୫ କାଲୋରି ରହିଥାଏ । ଏହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
ଚକୋଲେଟ ସେକ୍‌ : ଏକ ଗ୍ଲାସ ଚକୋଲେଟ୍‌ ସେକ୍‌ରେ ୨୫୦ କାଲୋରି ରହିଥାଏ ।
କଫି: ଏକ କପ୍‌ କଫିରେ ୨୦୦ କାଲୋରି ଥାଏ ।
କମଳା ଜୁସ୍‌ : ଏହି ଜୁସ୍‌ରେ ଫାଇବର କମ୍‌ ଥାଏ ଏବଂ କାଲୋରି ଅଧିକ ରହିଥାଏ ।

 

ସମ୍ବନ୍ଧିତ ଖବର