ଅନେିକ ଲୋକ ପତଳା ହେବାପାଇଁ ବାଫିଟ୍ ରହିବା ଲାଗି ଗ୍ରିନ୍ ଟି ସେବନ କରିଥାନ୍ତି । ସେମାନେ ନିୟମିତଭାବେ ଏହାର ସେବନ କରିଥାନ୍ତେି। ତେବେ ଗ୍ରିନ୍ ଟି ବି ଦେହର କ୍ଷତି କରିପାରେ ବୋଲି ନିକଟରେ ୟୁରୋ ପିୟନ୍-ଫୁଡ଼୍ ସେଫ୍ଟି ଅଥରିଟି (ଇ ଏଫ୍ ଏସ୍.ଏ )ପକ୍ଷରୁ କରାଯାଇଥିବା ଗବେଷଣାରୁ ଜଣାଯାଇଛି। ସେଥିରୁ ସ୍ପଷ୍ଟ ହୋଇଛି ଯେ , ମାତ୍ରାଧିକ ଗ୍ରିନ୍ଟି ପିଇବା ଦ୍ୱାରା ଯକୃତ କ୍ଷତିଗ୍ରସ୍ତ ହୋଇପାରେ।
ବ୍ରୁ ଅଡ୍ ଟି ବା ଇନ୍ଷ୍ଟଟ୍ ଟି ଡ୍ରିଙ୍କସ୍ କୁ ଶରୀର ପାଇଁ ଭଲ ବୋଲି କୁହାଯାଏ। କାରଣ ଗ୍ରିନ୍ ଟି ପ୍ରାକୃତିକ ରୂପରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟ୍ର ମାତ୍ରା କମ୍ ।କିନ୍ତୁ ଏହି ଆଣ୍ଟି ଅକ୍ସିଡ଼େଣ୍ଟସ୍ ର ଅଧିକ ସେବନ କରିଲେ,ତାହା ଶରୀର ପାଇଁ କ୍ଷତିକାରକ ହୋଇପାରେ।ଏହି କାରଣରୁ ଗ୍ରିନ୍ ଟି ସପ୍ଲିମେଣ୍ଟ୍ରେ ଥିବା ଆଣ୍ଟି ଅକ୍ସିଡ଼େଣ୍ଟସର ମାତ୍ରା ଯକୃତକୁ କ୍ଷତି ପହଞ୍ଚାଇଥାଏ। ଇ ଏଫ୍ଏସ୍ ଏର ସୂଚନା ଅନୁଯାୟୀ ଗ୍ରିନ୍ ଟି ରେ ୫ରୁ ୧୦୦ ମିଲିଗ୍ରାମ୍ ଯାଏଁ ଗ୍ରିନ୍ ଟି ଥାଏ। କିନ୍ତୁ ବ୍ରୁ ଅଡ୍ ଟି ବା ଟି ଇନଫ୍ୟୁଜନ୍ରେ ୯୦ରୁ ୩୦୦ ମିଲିଗ୍ରାମ୍ ଥାଏ।ଗବେଷକ ମାନଙ୍କ କହିବା ଅନୁଯାୟୀ ଦୈନିକ ୮୦୦ ମିଲିଗ୍ରାମ୍ ବା ତା’ ଠାରୁ ଅଧିକ ଗ୍ରିନ୍ ଟି ପିଇଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ।
ଲୋକେ ସାଧାରଣତଃ ଓଜନ ହ୍ରାସ ପାଇଁ ଗ୍ରିନ୍ ଟି ପିିଥାନ୍ତି। ଏହାର ସେବନ ଖାଲିପେଟରେ କରାଯାଇଥାଏ। କିନ୍ତୁ ଦିନକ ଭିତରେ ଥରକୁ ଅଧିକ ଓ କପେ ଅପେକ୍ଷା ବେଶି ଗ୍ରିନ୍ ଟି ପିଇବା ଅନୁଚିତ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।