ଜଣେ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତି ଦେଇଥିବା ଏହି ବାର୍ତ୍ତାକୁ ସବୁ ସ୍ୱାମୀ ପଢ଼ିବା ଉଚିତ

ଆଜିକାଲି ଅଧିକାଂଶ ବିବାହ ସଂକଟରେ। ଛୋଟ ଛୋଟ କଥାରୁ କଥା ଯାଇ ପହଞ୍ଚେ ଛାଡ଼ପତ୍ର ପର୍ଯ୍ୟନ୍ତ। ଏଥିପାଇଁ କେହି କେହି କର୍ମଜୀବୀ ମହିଳାଙ୍କୁ ଦୋଷ ଦିଅନ୍ତି ତ କେହି ପୁଣି ଅତ୍ୟାଧୁନିକ ଚିନ୍ତାଧାରାକୁ ଦାୟୀ କରନ୍ତି। ମାତ୍ର ବାସ୍ତବ କଥାଟି ହେଉଛି ଏଥିପାଇଁ ପରସ୍ପରର ବୁଝାମଣା ହିଁ ହୋଇଥାଏ। ଜଣେ ଛାଡ଼ପତ୍ର ପ୍ରାପ୍ତ ବ୍ୟକ୍ତି ଏ ସଂପର୍କରେ ଯାହା ସବୁ ବାର୍ତ୍ତା ଦେଇ ଯାଇଛନ୍ତି ଆସନ୍ତୁ ସେ ବିଷରେ ଆଲୋଚନା କରିବା।

ବୈବାହିକ ଜୀବନରେ ଅନ୍ୟ କିଛି ଦେଖନ୍ତୁ ବା ନାହିଁ ପ୍ରେମକୁ ଦେଖିବାକୁ କେବେ ଭୁଲନ୍ତୁ ନାହିଁ। ହଜାର ଭୁଲ୍‌କୁ ଅଣଦେଖା କରନ୍ତୁ ମାତ୍ର ସାଥୀଙ୍କ ଭଲପାଇବାକୁ ଅଣଦେଖା କରନ୍ତୁ ନାହିଁ। ବିବାହକୁ ବାନ୍ଧି ରଖିବା ପାଇଁ ପ୍ରେମ ହିଁ ଏକମାତ୍ର ଆଧାର।

ସଂପର୍କରେ କେବେ ଅର୍ଥକୁ ଆସିବାକୁ ଦିଅନ୍ତୁ ନାହିଁ। ଏକ ସଂପର୍କ ଭାଙ୍ଗିବା ପାଇଁ ଅର୍ଥ ଯଥେଷ୍ଟ। ଅର୍ଥ କ୍ଷଣସ୍ଥାୟୀ। ଅର୍ଥ ପାଇଁ କେବେ ଚୀରସ୍ଥାୟୀ ସଂପର୍କକୁ ଭାଙ୍ଗି ଦିଅନ୍ତୁ ନାହିଁ।

ସଂପର୍କରେ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଅନ୍ତୁ। ମିଛ, ଧୋକାରେ ସଂପର୍କ ତିଷ୍ଠି ରହିପାରେନି। ସାଥୀଙ୍କ ସମ୍ମୁଖରେ ସବୁବେଳେ ସତ କୁହନ୍ତୁ।

ସବୁବେଳେ ସାଥୀଙ୍କ ସହ ନବବିବାହିତଙ୍କ ପରି ବ୍ୟବହାର କରନ୍ତୁ। ଛୋଟ ଛୋଟ ଇଚ୍ଛାକୁ ବି ସମ୍ମାନ ଦିଅନ୍ତୁ। ଏହା ଦ୍ୱାରା ସଂପର୍କ ଆହୁରି ମଜବୁତ ହୋଇଥାଏ।

ସାଥୀଙ୍କ ସହ ପ୍ରତିଦିନ ପ୍ରେମରେ ପଡ଼ନ୍ତୁ। ଛୋଟ ଛୋଟ କଥାରେ ବି ସ୍ୱତନ୍ତ୍ରତା ଉପରେ ଧ୍ୟାନ ଦିଅନ୍ତୁ। ସାଥୀଙ୍କ ସମ୍ମୁଖରେ ନିଜକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନା କରନ୍ତୁ।

ସମ୍ବନ୍ଧିତ ଖବର