ସୁଖମୟ ଦାମ୍ପତ୍ୟ ଜୀବନ ଚାହୁଁଛନ୍ତି ? ଶୋଇବା ଘରେ ରଖନ୍ତୁ ନାହିଁ ଏହି ଜିନିଷ
ଦାମ୍ପତ୍ୟ ଜୀବନରେ ସୁଖ ଏବଂ ଶାନ୍ତି ପାଇଁ ସବୁବେେଳେ ସମସ୍ତେ ଚେଷ୍ଟା କରିଥାନ୍ତି । ଅନେକ ସମୟରେ ବହୁତ ଛୋଟ ଛୋଟ କଥାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ କଳହ ହୋଇଥାଏ । ତେବେ ଆପଣ କେବେ ମଧ୍ୟ ଭାବି ନ ଥିବେ କଳହର କାରଣ ଆପଣଙ୍କ ଶୋଇବା ଘରେ ଥିବା କିଛି ଜିନିଷ ହୋଇଥାଇ ପାରେ । ଶୋଇବା ଘରେ ଥିବା କିଛି ଦରକାରୀ ଜିନିଷ ହୁଏତ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି କରିପାରେ ଝଡ଼ । ଆସନ୍ତୁ ଏ ବିଷୟରେ ବିସ୍ତାରରେ ଜାଣିବା ।
Sambad is now on WhatsApp
Join and get latest news updates delivered to you via WhatsApp
ଆମେ ସର୍ବଦା ସୁଖ ଏବଂ ଶାନ୍ତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥାଉ। କିନ୍ତୁ ଭୁଲରେ ମଧ୍ୟ କେବେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ଶୋଇବା ଘରେ ଲଗାଇବା କଥା ନୁହଁ । ଏହା ଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ । ଅଧୁନିକ ଯୁଗରେ ଆଜିକାଲି ସମସ୍ତଙ୍କର ଘରେ ଏକରୁ ଅଧିକ ବୈଦ୍ୟୁତିକ ଉପକରଣ ରହିବା କିଛି ନୂଆ କଥା ନୁହଁ । ବର୍ତ୍ତମାନ ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ କିିଛି ଲୋକ ଶୋଇବା ଘରେ ଟିଭି ଓ କମ୍ପୁଟର ଆଦି ରଖିଥାନ୍ତି । ଏହା ରଖିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ଅଧିକ ଝଗଡ଼ା ହୋଇଥାଏ । ଶୋଇବା ଘରେ କେବେ ମଧ୍ୟ ହିଂସ୍ର ପଶୁର ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ ନୁହଁ । ଏହି ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସରଳ ହୋଇଥାଏ ।