ଗରମ ଚା ପିଇଦେଲେ ଦାନ୍ତ ସଫା ହୋଇଯାଏ! ଏହି ନେତା କେବେ ବି ଘଷିନଥିଲେ ଦାନ୍ତ

ବେଜିଂ: କରୋନା ସଂକ୍ରମଣ ପରେ, ହାତର ସ୍ୱଚ୍ଛତା ଠାରୁ ଆରମ୍ଭ କରି ମୁହଁର ସ୍ୱଚ୍ଛତା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି | ବିଶେଷ କରି ଚୀନରେ କରୋନା ତାଣ୍ଡବ ପରେ ପରିଷ୍କାର ପରିଛନ୍ନତା ଉପରେ ସତର୍କ ନଜର ରଖାଯାଇ ଥିବାବେଳେ ଏହି ଦେଶର ସର୍ବୋଚ୍ଚ ନେତାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହାକୁ ଆପଣ ବିଶ୍ୱାସ ନ କରିପାରନ୍ତି | ଚୀନ୍‌ର ଶାସକ ମାଓ ଜେଡୋଙ୍ଗ ଥିଲେ, ଯାହାକୁ ମାଓସେତୁଙ୍ଗ ମଧ୍ୟ କୁହାଯାଏ। ତାଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ‘ଦି ପ୍ରାଇଭେଟ ଲାଇଫ୍ ଅଫ୍ ଚେୟାରମ୍ୟାନ୍ ମାଓ’ରେ ମାଓସେତୁଙ୍ଗଙ୍କ ଅତ୍ୟନ୍ତ ଘନିଷ୍ଠ ଲି ଜିସୁଇ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି |

photo-south china morning post

ମାଓସେତୁଙ୍ଗଙ୍କ ଚିକିତ୍ସକ ଭାବେ ପରିଚିତ ଲି ଜିସୁଇ ଲେଖିଛନ୍ତି ଯେ ଦାନ୍ତର ସ୍ୱଚ୍ଛତାକୁ ନେଇ ମାଓସେତୁଙ୍ଗଙ୍କର କୌଣସି ଅର୍ଥ ନଥିଲା | ମାଓସେତୁଙ୍ଗ ତାଙ୍କୁ କହିଥିଲେ ଯେ ଗରମ ଚା ପିଇଦେବା ଦ୍ୱାରା ଦାନ୍ତ ସଫା ହୋଇଯାଇଥାଏ | ସେଥିପାଇଁ ସେ କେବେ ବି ଦାନ୍ତ ଘଷି ନଥିଲେ | ଯାହାର ଫଳାଫଳ ମାଓଙ୍କ ଦାନ୍ତରେ ରୋଗ ଦେଖାଯାଇଥିଲା | ତାଙ୍କ ଦାନ୍ତ ଉପରେ କଳା-ସବୁଜ ରଙ୍ଗର ମଇଳା ଜମା ହୋଇଯାଇଥିଲା ଓ ତାଙ୍କ ଦାନ୍ତ ମାଢି ସଢ଼ିବାକୁ ଲାଗିଥିଲା |

ଏହା ପରେ ବି ମାଓ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ ମନା କରିଦେଇଥିଲେ। ତାଙ୍କର ଯୁକ୍ତି ଥିଲା ଯେ ସିଂହ ଦାନ୍ତ ସଫା କରୁନଥିବାରୁ ଦାନ୍ତ ଏତେ ତୀକ୍ଷ୍ଣ ହୋଇଥାଏ । ଏଠାରେ ସୂଚନା ଥାଉ କି ମାଓ ସେତୁଙ୍ଗ ୨୭ ଡିସେମ୍ବର ୧୮୯୩ରେ ଜନ୍ମ ହୋଇଥିଲେ | ସେ କମ୍ୟୁନିଷ୍ଟ ଦଳର ନେତା ଥିଲେ। ସେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ପ୍ରତିଷ୍ଠାତା ଥିଲେ | ମାର୍କ୍ସବାଦୀ-ଲେନିନବାଦୀ ଚିନ୍ତାଧାରା ସହ ସାମରିକ ରଣନୀତିକୁ ମିଶାଇ ସେ ଯେଉଁ ସିଦ୍ଧାନ୍ତକୁ ଜନ୍ମ ଦେଇଥିଲେ ତାହା ମାଓବାଦ ନାମରେ ଜଣାଶୁଣା |

ସମ୍ବନ୍ଧିତ ଖବର