ଆପଣଙ୍କ ଏହି ଅଭ୍ୟାସ ଅଛି କି ! ନିଜ ଅଜଣାତରେ କରୁଛନ୍ତି ଜମରାଜାଙ୍କୁ ନିମନ୍ତ୍ରଣ

କଥାରେ ଅଛି ମଣିଷ ଅଭ୍ୟାସର ଗୁଲାମ । ଥରେ ଯଦି କୌଣସି ଜିନିଷ କରିବାର ଅଭ୍ୟାସ ଲାଗିଯାଏ ସେଥିରୁ ନିଜକୁ ନିବୃତ୍ତ କରିବା କଷ୍ଟ ହୋଇଥାଏ। ତେବେ ଏଭଳି ଅଭ୍ୟାସ ମନୁଷ୍ୟ ଜୀବନରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପକାଇ ଥାଏ। କେବଳ ଏତିକି ନୁହେଁ ଜାଣି ରଖନ୍ତୁ ଏପରି କରିବା ଦ୍ୱାରା ଆପଣ ଅଜଣାତରେ ଜମରାଜାଙ୍କୁ ନିମନ୍ତ୍ରଣ କରୁଛନ୍ତି।

ମହାଭାରତ ଅନୁଶାସନ ପର୍ବରେ କୁହାଯାଇଛି କି, ଯେଉଁମାନେ ଧର୍ମର ପଥରେ ଚାଲି ଥାଆନ୍ତି। ସେମାନଙ୍କ ଦୀର୍ଘ ଆୟୁଷ ପ୍ରାପ୍ତ କରିଥାଆନ୍ତି। ଯେଉଁଲୋକମାନେ ଧାର୍ମିକ ମର୍ଯ୍ୟାଦାକୁ ଉଲଂଘନ୍ନ କରନ୍ତି ସେମାନେ ସ୍ୱୟଂ ମୃତ୍ୟୁକୁ ନିଜ ପାଖକୁ ଡାକି ଥାଆନ୍ତି। ତେବେ ଏଭଳି କାମଠାରୁ ନିଜକୁ ଦୂରେଇ ରଖନ୍ତୁ।

୧. ଯେଉଁମାନେ ସର୍ବଦା ନଖ କାମୁଡି ଥାଆନ୍ତି ସେମାନଙ୍କ ଉପରେ ଜମରାଜାଙ୍କ ଭାଇ ଶନି ଦେବଙ୍କ ଅଶୁଭ ପ୍ରଭାବ ପଡ଼ିଥାଏ। ଫଳରେ ତାଙ୍କୁ ଖୁବ୍‌ ଶୀଘ୍ରର ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ।

୨. ପୁରାଣ ଅନୁସାରେ, ଯେଉଁଲୋକମାନେ ମିଥ୍ୟା, ଛଳ-କପଟ ଓ ଲୋଭ ଜଞ୍ଜାଳରେ ଫସି ରହି ଥାଆନ୍ତି। ସେମାନଙ୍କ ଘରେ ରୋଗ ବୈରାଗ୍ୟ ବସାବାନ୍ଧି ରହିଥାଏ ଏବଂ ସେହି ବ୍ୟକ୍ତିଙ୍କ ଅକାଳ ମୃତ୍ୟୁ ହୋଇଥାଏ।

୩. ଭୋଜନ କରୁଥିବା ସମୟରେ ପାଠ ପଢ଼ିବା ଅନୁଚିତ। ଏପରି କରିବା ଦ୍ୱାରା ବିଦ୍ୟାର ଦେବୀ ସ୍ୱରସ୍ୱତୀ ଓ ମୃତ୍ୟୁ ଦେବତା ଅସନ୍ତୁଷ୍ଟ ହୋଇଥାଆନ୍ତି। ସେହିପରି ଭୋଜନ ସମୟରେ ମଝିରୁ ଉଠି ପୁଣି ଆସି ଖାଇବା ଅନୁଚିତ।

୪. ସେହିପରି ମୁଖ୍ୟଦ୍ୱାର ସାମ୍ନାକୁ ଗୋଡ କରି ଶୋଇବା କଥା ନୁହେଁ। ଏପରି ଅଭ୍ୟାସ ଥିବା ଲୋକମାନଙ୍କ ଉପରେ ଧନ ଦେବୀ ଓ ଯମରାଜାଙ୍କ ଅଶୁଭ ପ୍ରଭାବ ପଡ଼ିଥାଏ।

୫. ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟାଦୟ ସମୟରେ ଶୋଇବା ଦ୍ୱାରା ଯମରାଜା ରାଗି ଯାଇ ଥାଆନ୍ତି। ଫଳରେ ଆପଣଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି ପାଦ ଉପରେ ପାଦ ରଖି, ଗୋଡ ଧୋଇବା ପରେ ନପୋଛି, ଶୋଇବା ଅନୁଚିତ।

୬. ସେହିପରି ମଙ୍ଗଳବାର ଓ ଶନିବାର କେଶ କାଟିବା ଅନୁଚିତ। କେଶ କାଟିବା ପରେ ଅବଶ୍ୟ ସ୍ନାନ କରନ୍ତୁ। ବିଳମ୍ବିତ ରାତି ଯାଏଁ ଅନିଦ୍ରା ରୁହନ୍ତୁ ନାହିଁ, ଏପରି କରିବା ଦ୍ୱାରା ଅଜଣାତରେ ଆପଣ ସ୍ୱୟଂ ମୃତ୍ୟୁକୁ ନିମନ୍ତ୍ରଣ କରୁଛନ୍ତି।

ସମ୍ବନ୍ଧିତ ଖବର