ଥାଇରଏଡ୍‌ ରୋଗରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଥାଇରଏଡ୍‌ ଗ୍ରନ୍ଥି ଥାଇରକ୍ସିନ୍‌ ନାମକ ହର୍‌ମୋନ ତିଆରି କରିଥାଏ । ଥାଇରଏଡ୍‌କୁ କିଛି ଲୋକ ସାଇଲେଣ୍ଟ କିଲର ବୋଲି କୁହନ୍ତି । କାରଣ ଏହାର ଲକ୍ଷଣ ବହୁତ ବିଳମ୍ବରେ ଜଣାପଡ଼ିଥାଏ । ଯେତେବେଳେ ଏହି ରୋଗ ବିଷୟରେ ଜଣାପଡ଼ିଥାଏ, ଲୋକମାନେ ଡ଼ାକ୍ତରଖାନା ଯାଇ ଏହାର ଚିକିତ୍ସା କରାଇଥାନ୍ତି । କିନ୍ତୁ ବିନା ଖର୍ଚ୍ଚରେ ଘରୋଇ ଉପାୟରେ ମଧ୍ୟ ଏହାର ଚିକିତ୍ସା କରାଯାଇ ପାରିବ । ଏ ବିଷୟରେ ଖୁବ୍‌ କମ ଲୋକ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ଘରୋଇ ଉପାୟ ବିଷୟରେ ଜଣାଇବୁ । ଏହାଦ୍ୱାରା ଆପଣ ନିଜର ଚିକିତ୍ସା କରାଇ ପାରିବେ ।

୧.ପ୍ରତି ଘରେ ଅଦା ଅତି ସହଜରେ ମିଳିଥାଏ । ଏଥିରେ ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ ଭଳି ତତ୍ତ୍ୱ ରହିଥାଏ । ଏହା ଥାଇରଏଡ଼୍‍ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଅଦାରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଥାଇରଏଡ୍‌କୁ ବଢ଼ିବାରୁ ରୋକିଥାଏ ।

Image result for ginger
The Jakarta Post

୨.ଥାଇରଏଡ୍‌ ଅଛି ବୋଲି ଜାଣିବା ପରେ ଦହି ଏବଂ କ୍ଷୀରର ସେବନ ଅଧିକ କରିବାକୁ ଚେଷ୍ଟା କରନ୍ତୁ। ଦହି ଏବଂ କ୍ଷୀରରେ ଥିବା କ୍ୟାଲସିୟମ,ମିନେରାଲ୍ସ ଏବଂ ଭିଟାମିନ୍‌ ଥାଇରଏଡ୍‌ ରୋଗୀକୁ ସୁସ୍ଥ ରଖିଥାଏ ।
୩.ଥାଇରଏଡ୍‌ ରୋଗରେ ପୀଡ଼ିତ ଥିବା ଲୋକମାନେ କମ କାମ କରିବା ସହ ଖୁବ୍‌ ଶୀଘ୍ର ଥକି ଯାଆନ୍ତିା ଏଭଳି ପରିସ୍ଥିତିରେ ଥାଇରଏଡ୍‌ ରୋଗୀଙ୍କୁ ମୁଲେଠି ସେବନ କରିବା ଲାଭଦାୟକ ହୋଇଥାଏ । ମୁଲେଠିରେ ଥିବା ତତ୍ତ୍ୱ ଥାଇରଏଡ୍‌ ଗ୍ରନ୍ଥିକୁ ସନ୍ତୁଳିତ କରିଥାଏ । ଶରୀରର କାର୍ଯ୍ୟ କ୍ଷମତାକୁ ବଢ଼ାଇଥାଏ।

ସମ୍ବନ୍ଧିତ ଖବର