ଜୀବନକୁ ବିପଦରେ ପକେଇଲା ଭଳି ବେଲ୍ଟ ବାନ୍ଧୁ ନାହାନ୍ତି ତ?

ଅଧିକାଂଶ ଲୋକଙ୍କର ପ୍ରତିଦିନ ଅଣ୍ଟାରେ ବେଲ୍ଟ ବାନ୍ଧିବାର ଅଭ୍ୟାସ ରହିଛି। କିନ୍ତୁ ପ୍ରତିଦିନ ଟାଇଟ୍‌ ବେଲ୍ଟ ବାନ୍ଧିବା ଅଭ୍ୟାସ ବଡ଼ ସମସ୍ୟା ହୋଇଯାଏ। ଏମିତି ଲମ୍ବା ସମୟ ଧରି କରିଲେ ପେଲ୍ଵିକ ରିଜନ୍‌ରୁ ବାହାରୁଥିବା ଆର୍ଟରି, ଭେନ୍ସ୍‌, ମାଂସପେଶୀ ଆଦି ଉପରେ ଚାପ ପଡ଼ିଥାଏ। ଏହା କାରଣରୁ ସ୍ପର୍ମ୍‌ କାଉଣ୍ଟ୍‌ କମ୍‌ ହୋଇଯାଇପାରେ, ଯେଉଁଥିପାଇଁ ପୁରୁଷଙ୍କ ଫର୍ଟିଲିଟି କମ୍‌ ହେବାର ଆଶଙ୍କା ବଢ଼ିଯାଏ।

ଅନୁସନ୍ଧାନରୁ କ’ଣ ଜଣାପଡ଼ିଛି –

ଅଣ୍ଟାରେ ଟାଇଟ୍‌ ବେଲ୍ଟ ପିନ୍ଧିଲେ ଆବ୍‌ଡୋମିନାଲ ମାଂସପେଶୀର କାମ କରିବାର ଶୈଳୀ ବଦଳିଯାଏ। ଲମ୍ବା ସମୟ ଧରି ଟାଇଟ୍‌ ବେଲ୍ଟ ପିନ୍ଧିଲେ ମେରୁଦଣ୍ଡର ହାଡ଼ରେ ଖରାପ ପରିବର୍ତ୍ତନ ଆସିପାରେ। ଏହା ସହ ସେଣ୍ଟର୍‌ ଅଫ୍‌ ଗ୍ରାଭିଟିରେ ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହା କାରଣରୁ ଆଣ୍ଠୁରେ ଅଧିକ ଚାପ ପଡ଼ିଥାଏ, ଯାହା ଦ୍ୱାରା ଜଏଣ୍ଟ୍‌ ପେନ୍‌ (ଆଣ୍ଠୁ ଗଣ୍ଠିରେ ଦରଜ)ର ସମସ୍ୟା ବଢ଼ିଥାଏ।

ଖାଦ୍ୟ ହଜମ ଠିକ୍‌ ଭାବେ ହୋଇପାରି ନ ଥାଏ।

ଏସିଡିଟି ସମସ୍ୟା ହୋଇପାରେ।

ଗ୍ୟାସ୍‌ ଓ ପେଟ ଦରଜ ସମସ୍ୟା ହୋଇପାରେ।

ଗୋଡ଼ର ହାଡ଼ ଦୁର୍ବଳ ହୋଇଆସେ।

ସ୍ପର୍ମ୍‌ କାଉଣ୍ଟ୍‌ କମ୍‌ ହୋଇପାରେ।

ଗୋଡ଼ ଫୁଲି ପାରେ।

ଅଣ୍ଟା ଦରଜ ଅଧିକ ମାତ୍ରାରେ ବଢ଼ିପାରେ।

ସମ୍ବନ୍ଧିତ ଖବର