ରୁମାଲ ବ୍ୟବହାର କରୁଛନ୍ତି କି? ଏ ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସମସ୍ତେ ପାଖରେ ରୁମାଲ ରଖିଥାନ୍ତି। ଏହା ମଧ୍ୟ ଏକ ଭଲ ଅଭ୍ୟାସ। ହେଲେ ଏହାର ବ୍ୟବହାରକୁ ନେଇ କିଛି ସାବଧାନତା ଅବଲମ୍ବନ କଲେ ଆମେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିପାରିବା।  ଶାସ୍ତ୍ର ଅନୁସାରେ ରୁମାଲର ସଠିକ ଉପଯୋଗ ନାମ, ଯଶ, ପ୍ରତିଷ୍ଠା ଓ ସମ୍ମାନ ଦେଇଥାଏ । ଆସନ୍ତୁ ଜାଣିବା ପକେଟରେ ରଖୁଥିବା ରୁମାଲର ସଠିକ ଉପଯୋଗ ବିଷୟରେ…।

୧. ପ୍ରତିଦିନ ଧୁଆ ହୋଇଥିବା ରୁମାଲ ‍ବ୍ୟବହାର କରନ୍ତୁ। ଅସନା ରୁମାଲ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ଉଲ୍ଲେଖ ରହିଛି।
୨. ନିଜ ରୁମାଲକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ କିମ୍ୱା ଅନ୍ୟ କାହା ରୁମାଲକୁ ନିଜେ ବ୍ୟବହାର କରନ୍ତୁ ନାହିଁ। ଏହା ନକାରାତ୍ମକ ପ୍ରଭାବ ପକାଇଥାଏ।
୩. ହାଲକା ରଙ୍ଗର ରୁମାଲକୁ ୪ କିମ୍ୱା ୬ ଭାଙ୍ଗରେ ଭାଙ୍ଗି ନିଜ ପାଖରେ ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ ଓ ମାନସମ୍ମାନ ବୃଦ୍ଧି ପାଇବ ବୋଲି କହାଯାଏ।
୪. ରୁମାଲରେ କଲମରେ କିଛି ଲେଖନ୍ତୁ ନାହିଁ। ଏହା ଦ୍ୱାରା ଏକାଗ୍ରତା କମ୍‌ ହୋଇଯାଏ ଓ ମନ ଅଶାନ୍ତ ରହେ ବୋଲି କେତେକ ପ୍ରାଚୀନ ଗ୍ରନ୍ଥରେ ଲେଖାଯାଇଛି।
୫.ବ୍ୟବସାୟରେ କ୍ଷତି ହେଉଥିଲେ ହଳଦିଆ ରଙ୍ଗର ରୁମାଲ ନିଜ ପାଖରେ ରଖନ୍ତୁ। ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ ଓ ଆପଣ ମା’ ଲକ୍ଷ୍ମୀ କୃପା ଲାଭ କରିପାରିବେ।
୬. ଆୟରୁ ଅଧିକ ବ୍ୟୟ ହେଉଥିଲେ, ପିତୃ ଧନ ହରାଇ ବସିଥିଲେ ଅବା ଘର ସଦସ୍ୟ ବେମାରରେ ପଡୁଥିଲେ ୧୨ଟି ବାଦାମକୁ କଳାରଙ୍ଗର ରୁମାଲରେ ବାନ୍ଧି ଏକ ଲୁହାପାତ୍ରରେ ରଖନ୍ତୁ। ଏହି ଲୁହା ପାତ୍ରକୁ ଏକ ଅନ୍ଧାର କଠୋରୀରେ ରଖିଦିଅନ୍ତୁ ଅବା ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ। ଏହା ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର