ନୂଆଦିଲ୍ଲୀ: ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଆପଣ ନିରୋଗ ରହିବାକୁ ଚାହୁଁଛନ୍ତି କି ? କୁହାଯାଏ ମଣିଷ ଯଦି ଖାଇବା ପିଇବା ଠିକ୍ ରଖିବ ତାହାଲେ ସେ ସୁସ୍ଥ ରହିଛି । ତେବେ କିଛି ଖାଦ୍ୟ ଆମ ଶରୀର ପାଇଁ ସିଧା ସଳଖ ପ୍ରଭାବିତ କରୁଥିବା ବେଳେ କିଛି ଜିନିଷକୁ ଏମିତି ରହିଛି ଯାହାକୁ ଭିଜାଇ ଖାଇଲେ ସେଥିରେ ପୋଷକ ତତ୍ତ୍ଵ , ପାଚନ କ୍ଷମତା ବଢ଼ିଯାଏ, ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । 

Advertisment

ଆମେ ଯାହା କିଛି ବି ଖାଇଥାଉ ତାହା ଆମ ଶରୀର ଉପରେ ଭଲ ପ୍ରଭାବ ପକାଏ , ଖରାପ ପ୍ରଭାବ ବି ପକାଇପାରେ । ଏଥିପାଇଁ ଜରୁରୀ ହେଉଛି ଆମକୁ ଖାଦ୍ୟକୁ ଠିକ୍ ଢଙ୍ଗରେ ଖାଇବାକୁ ପଡ଼ିବ ।  କୌଣସି ଖାଦ୍ୟକୁ ଶରୀର ପାଇଁ ଉପଯୋଗୀ ତଥା ଲାଭଦାୟୀ କରିବାକୁ ହେଲେ ଏହାକୁ ଠିକ୍ ଭାବେ ଖାଇବା ବି ଜରୁରୀ । ଅନେକ ସମୟରେ ଆମେ ସମୟ ଅଭାବରୁ ସହଜ ବାଟ ଆପଣାଉ । କିଛି ଖାଦ୍ୟକୁ ଯେନତେନ ପ୍ରକାରେଣ ଖାଇ କାମ ଚଳାଇଦେଉ । କିନ୍ତୁ ଆମ ଅଜାଣତରେ ଭୁଲ ଢଙ୍ଗରେ ଖାଦ୍ୟ ଖାଇବା ସ୍ଵାସ୍ଥ୍ୟ  ଉପରେ ଭଲ ପ୍ରଭାବ ପକାଇବା ବଦଳରେ ଖରାପ ପ୍ରଭାବ ପକାଇଥାଏ । ତେବେ ଏଭଳି କିଛି ଖାଦ୍ୟ ଅଛି ଯାହାକୁ ଭିଜାଇ ଖାଇବା ଜରୁରୀ ଯାହା ଆମ ଶରୀର ଉପରେ ସୁପ୍ରଭାବ ପକାଇବ । 

ବାଦାମ୍, ଅଖରୋଟ୍, ନାଣ୍ଡିବଗୁଲି ମଞ୍ଜି, ଅଳସି ମଞ୍ଜିରେ ଫାଇଟିକ୍ ଏସିଡ୍ ମହଜୁଦ ରହିଛି, ଯାହା ମିନେରାଲ୍ସ, ଆଇରନ୍, ଜିଙ୍କ୍, ଓ କ୍ୟାଲିସିୟମ ପରି ପୋଷଣ ତତ୍ତ୍ବ ପଥରେ ବାଧକ । ହେଲେ ଏସବୁକୁ ଭିଜାଇ ଖାଇଲେ ଫାଇଟିକ୍ ଏସିଡ୍ ମାତ୍ରା କମିଯାଇ ଶରୀରକୁ ଆବଶ୍ୟକ ପୋଷଣ ଯୋଗାଏ । ପନିପରିବା ଯେପରିକି  ବ୍ରୋକୋଲି, ବନ୍ଧାକୋବି, ଫୁଲକୋବିରେ ଅନେକ ପ୍ରକାର ଉପାଦନ ଥାଏ ଯାହା ଶରୀର ଉପରେ ଅନେକ ସମୟରେ ବିପରିତ ପ୍ରଭାବ ପକାଏ ହେଲେ, ଗ୍ୟାସ ପରି ସସମ୍ୟା ସୃଷ୍ଟି ହୁଏ । ଏହାକୁ କିଛି ସମୟ ପାଣିରେ ଭିଜାଇ ରଖି ଖାଇଲେ ଏଥିରୁ କଡ଼ାପଣ ଦୂରେଇ ସ୍ଵାସ୍ଥ୍ୟପ୍ରଦ ହୋଇଥାଏ ।

ସେହିପରି ବିନ୍ସ, ଡାଲି, ଚଣା  ଆଦିରେ ଭରପୂର ମାତ୍ରାରେ ପୋଷଣ ତତ୍ତ୍ଵ ଥାଏ । ହେଲେ ଏଥିରେ କିଛି ଫାଇଟିକ୍ ଏସିଡ୍ ମାତ୍ରା ଥାଏ ଯାହା ହଜମ କ୍ରିୟାକୁ ପ୍ରଭାବିତ କରିପାରେ । ହେଲେ ଏସବୁ ଭିଜାଇ ଖାଇଲେ ଏହି ସମସ୍ୟା ଦୂର ହୋଇଯାଏ  ।