ଓଜନ ବଢ଼ିବା ଆଜିକାଲି ଏକ ସାଧାରଣ ସମସ୍ୟା। ସଭିଙ୍କର ଏବେ ପ୍ରାୟ ଗୋଟାଏ ଲକ୍ଷ କିପରି ପତଳା ହେବେ। ଆପଣ ବି ଯଦି ସେପରି ଚାହୁଁଛନ୍ତି ତେବେ ଆପଣଙ୍କ କିଛି ଉପାୟ ଆମେ ଆଜି ବତାଇବୁ। ସେହି ଉପାୟକୁ ଆପଣେଇବା ଦ୍ୱାରା ଆପଣ ନିଜ ଶରୀରର ଓଜନ କମ୍ କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ହେଲା ଆପଣ ଯଦି ଆମେ ବତାଇଥିବା ଉପାୟରେ ଓଜନ ହ୍ରାସ କରନ୍ତ ତେବେ ତାହା ଦୀର୍ଘ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ଗୋଟାଏ ସମୟରେ ଏକା ଥରକରେ ପୁଳାଏ ଖାଇବା ଓଜନ ବୃଦ୍ଧିର କାରଣ ତ ହୋଇଥାଏ ତାହା ସହ ଅସୁସ୍ଥକର ବି ହୋଇଥାଏ। ତେଣୁ ଆପଣ ଯଦି ନିଜର ଭଲ ଚାହୁଁଛନ୍ତି ତେବେ ଏକାଥରରେ ପୁଳାଏ ନ ଖାଇ ବାରମ୍ବାର ଅଳ୍ପ ଅଳ୍ପ ଭୋଜନ କରନ୍ତୁ।
ଅଧିକାଂଶ ଲୋକଙ୍କ ଧାରଣା ତରଳ ପଦାର୍ଥରେ ମେଦ ବଢ଼େ ନାହିଁ। ମାତ୍ର ଏହା ଏକ ଭ୍ରାନ୍ତ ଧାରଣା। ଅତ୍ୟଧିକ ତରଳ ପଦାର୍ଥ ଖାଇବା ବି ମେଦ ବୃଦ୍ଧିର କାରଣ ହୋଇଥାଏ।
/sambad/media/post_attachments/wp-content/uploads/2018/06/images-21.jpg)
ଯଦି ବି କୌଣସି ଦିନ କିଛି ଚର୍ବି ଲଗାଇବା ପରି ଖାଦ୍ୟ ଖାଉଛନ୍ତି ତେବେ ବ୍ୟାୟାମ କରିବାକୁ କେବେ ବି ଭୁଲନ୍ତୁ ନାହିଁ। ମନେ ରଖନ୍ତୁ ଖାଇ ସାରି ସଙ୍ଗେ ସଙ୍ଗେ ବ୍ୟାୟାମ କରିବେ ନାହିଁ। ଉପଯୁକ୍ତ ସମୟ ବ୍ୟବଧାନ ନରଖିଲେ ଦେହ ଖରାପ ହୋଇପାରେ।
ଅତ୍ୟଧିକ ପାଇଁ ପିଇବାକୁ ବ୍ରତ ଭାବେ ପାଳନ କରି ଦିଅନ୍ତୁ। ଅତ୍ୟଧିକ ପାଣି ପିଇଲେ ଖାଇବାର ପରିମାଣ ନିଶ୍ଚୟ କମ୍ ହୋଇଥାଏ। ଧୀରେ ଧୀରେ ଆପଣ ସ୍ୱଳ୍ପହାରୀ ହୋଇଯିବେ ଓ ଆପଣଙ୍କ ଚର୍ବି ବି ଲାଗିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/weight-loss-natural-remedies-1024x576.jpg)