ଚାଣକ୍ୟ ନୀତିରେ ସଫଳ ବିବାହ ପାଇଁ ସୂତ୍ର

ସାମାଜିକ ଜୀବନରେ ବିବାହର ଆବଶ୍ୟକା ସବୁଠୁ ଅଧିକ। ସୁଖ ଓ ଶାନ୍ତିରେ ବସବାସ କରିବାକୁ ସଭିଏଁ ସଫଳ ଦାମ୍ପତ୍ୟ ଜୀବନ ଚାହାଁନ୍ତି। ଏଥିପାଇଁ ଚାଣକ୍ୟ ନୀତିରେ ବହୁ ଗୋପନ ରହସ୍ୟ ଦିଆଯାଇଛି।

ସଭିଏଁ ସୁନ୍ଦରୀ ନାରୀଟିଏ ବାହା ହେବାକୁ ଚାହୁଁଥିବା ବେଳେ ଚାଣକ୍ୟ ବିପରୀତ କଥା କହିଛନ୍ତି। ସେ କହିଛନ୍ତି ଝିଅ ସୁନ୍ଦରୀ ହୋଇଥିଲେ ମଧ୍ୟ ଉତ୍ତମ ପରିବାରର ହୋଇ ନ ଥିଲେ ତାଙ୍କୁ ବିବାହ କରିବା ଅନୁଚିତ।

ସର୍ବଦା ନିଜ ସମକକ୍ଷ ଅଥବା ନିଜ ସାମାଜିକ ସ୍ତର ଠାରୁ ନିମ୍ନ ବର୍ଗର ଝିଅଘରକୁ ବିବାହ ପ୍ରସ୍ତାବ ପଠାଇବା ଉଚିତ। ନିଜ ସ୍ତର ଠାରୁ ବଡ଼ଘରୁ ଝିଅ ଆଣିଲେ ସମାଜରେ ପୁଅ ନିଜର ସମ୍ମାନ ହରାଇବ।

Young couple arguing with each other

ସୁନ୍ଦରୀ ନୁହେଁ ପରିବାରର ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେଉଥିବା ଝିଅକୁ ବାହା ହେଲେ ସମ୍ବନ୍ଧ ସଫଳ ହେବ ଏବଂ ଉଭୟ ପରିବାର ପ୍ରତି ମଙ୍ଗଳମୟ ହେବ।

ପୁରୁଷ ଓ ନାରୀ ପରସ୍ପରଙ୍କ ପ୍ରତି ସମ ପରିମାଣ ସ୍ନେହ ଭାବ ପାଇଁ ଉଦ୍ୟମ ରଖିବା ଆବଶ୍ୟକ; ଏହାହିଁ ବିବାହର ପ୍ରକୃତ ସଫଳତା। ଏଥିରେ କେହି ବିଚ୍ୟୁତ ହେଲେ ସମ୍ପର୍କ ଦୀର୍ଘସ୍ଥାୟୀ ହୁଏ ନାହିଁ।

ନାରୀମାନଙ୍କ ପାଇଁ ଚାଣକ୍ୟଙ୍କ ଉପଦେଶ ହେଲା, ସେମାନେ ସ୍ୱାମୀଙ୍କର ଉପଯୁକ୍ତ ସେବା କରିବା ଉଚିତ। କାରଣ ପତ୍ନୀଙ୍କ ପାଇଁ ସ୍ୱାମୀହିଁ ସ୍ୱର୍ଗ। ସେମିତି କୌଣସି ପୁରୁଷ ନିଜ ଆଶ୍ରାରେ ଥିବା ନାରୀଙ୍କୁ କେବେ ଦୁର୍ବ୍ୟବହାର କରିବା ଆଘାତ ଦେବା ଅନୁଚିତ।

ଜଣେ ଚତୁରୀ ଏବଂ ନିଷ୍କପଟ ନାରୀ ହିଁ ଉତ୍ତମା ସ୍ତ୍ରୀ। ସେ ନିଜ ସ୍ୱାମୀଙ୍କୁ ସ୍ନେହ କରିବା ସହ ପରିବାରେ ଶାନ୍ତି ଓ ସମନ୍ଵୟତା ବଜାୟ ରଖିବାକୁ ଉଦ୍ୟମ କରିବା ଉଚିତ।

ସମ୍ବନ୍ଧିତ ଖବର