ଆଜିକାଲି ପ୍ରଦୂଷଣ ବଢ଼ିବା ସହ ଲୋକମାନେ ଏହାର ଶିକାର ହୋଇ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ଗୋଟିଏ କାରଣ ପ୍ରଦୂଷଣ ହୋଇଥିବା ବେଳେ ଅନ୍ୟ ଏକ କାରଣ ହେଉଛି ଖାଦ୍ୟପେୟରେ ଠିକ୍ ଠିକଣା ନ ରହିବା। ସମୟ ଅଭାବ ହେତୁ ଲୋକମାନେ ନିଜ ଖାଇବା ପିଇବାକୁ ଠିକ ନ କରୁଥିବାରୁ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ଠିକ୍ ସମୟରେ ନ ଖାଇବା ବା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ତେବେ ଫିଟ୍ ରହିବା ପାଇଁ ପ୍ରତିଦିନର କାର୍ଯ୍ୟସୂଚୀରେ ଏହି ସବୁ ନିୟମର ପାଳନ କରିବା ନିହାତି ଆବଶ୍ୟକ । ଆର୍ୟୁବେଦ ଅନୁସାରେ ଏହି ୬ଟି ନିୟମର ପାଳନ କରିବା ଦ୍ୱାରା ଆପଣ ସବୁଦିନ ପାଇଁ ରୋଗମୁକ୍ତ ହୋଇ ପାରିବେ ।
୧. ସକାଳୁ ଉଠିବା ପରେ ଜଳଖିଆ ୭ଟାରୁ ୯ଟା ଭିତରେ ଖାଆନ୍ତୁ । ଏହି ସମୟ ମଧ୍ୟରେ ଖାଇଲେ ଆପଣଙ୍କ ଶରୀରକୁ ଭରପୂର ଶକ୍ତି ମିଳିବା ସହ ଆପଣ ପୂରା ଦିନ ଆକ୍ଟିଭ୍ ରହିବେ ।
୨. ଠିକ୍ ସମୟରେ ଠିକ୍ ଖାଦ୍ୟ ଖାଇବା । ଏପରି କଲେ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।
୩. ଖାଦ୍ୟ ଖାଇବାର ତୁରନ୍ତ ପରେ ଗାଧାନ୍ତୁ ନାହିଁ । ଏହା ସହ କୌଣସି ପରିଶ୍ରମ ପଡ଼ିଲା ଭଳି କାମ ମଧ୍ୟ କରନ୍ତୁ ନାହିଁ ।
୪.ପ୍ରତିଦିନ ଗୋଟେ ବା ଦୁଇ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ଏପରି କଲେ ହୃଦ୍ଜନିତ ସମସ୍ୟା ହେବ ନାହିଁ ।
୫.ଖାଦ୍ୟ ଖାଇବାର ୪୦ ମିନିଟ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ । ଏପରି କଲେ ଖାଦ୍ୟ ଠିକ ଭାବରେ ହଜମ ହେବ ।
୬. ପ୍ରତିଦିନ ୮ରୁ ୯ଘଣ୍ଟା ନିଶ୍ଚୟ ଶୋଇବା ଶରୀର ପାଇଁ ଭଲ ।