ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟକ୍ତି ବର୍ଷା ହେଉ ଥିବା ସମୟରେ ମୋବାଇଲରେ କଲ ରିସିଭ୍‌ କରିବା ହେତୁ ବିସ୍ଫୋରଣ ଘଟିବା ଫଳରେ ମୃତ୍ୟୁ ହୋଇଯାଇଥିଲା। ମୌସୁମୀ ଛୁଇଁବା ସହିତ ବର୍ଷା ପାଣିରୁ ନିଜକୁ ଓ ମୋବାଇଲକୁୁ ସୁରକ୍ଷିତ ରଖିବା ମଧ୍ୟ ସେତିକି ଆବଶ୍ୟକତା ଥାଏ। ତେବେ ଆସନ୍ତୁ ଜାଣିବା ବର୍ଷା ସମୟରେ କିପରି ରଖିବେ ଆପଣଙ୍କ ମୋବାଇଲକୁ ସୁରକ୍ଷିତ ।

Advertisment

publive-image

ଯଦି ଆପଣ ବର୍ଷାରେ ଭିଜି ଯାଇଛନ୍ତି ଏବଂ ଏହି ସମୟରେ ମୋବାଇଲରେ କଲ୍‌ ଆସୁଛି ତେବେ ତାହାକୁ ରିସିଭ୍‌ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବ୍ୟାଟେରୀ ସର୍ଟସର୍କିଟ ହୋଇ ବିସ୍ଫୋରଣ ହେବାର ସମ୍ଭାବନା ରହିଥାଏ। ଓଦା ହେବା ପରେ ଯଦି ମୋବାଇଲ୍‌ରେ କୌଣସି ଅସୁବିଧା ଦେଖା ଦେଉଛି ତେବେ ତାକୁ ନିଜେ ଠିକ୍‌ କରନ୍ତୁ ନାହିଁ।

ବର୍ଷା ପାଣିରୁ ମୋବାଇଲ୍‌କୁ ସୁରକ୍ଷିତ ରଖିବା ପାଇଁ ମୋବାଇଲ ଜିପ୍‌ ପାଉଚ କିଣନ୍ତୁ। ଯାହାର ମୂଲ୍ୟ ୨୦୦ରୁ ନେଇ ୧୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଯଦି ଏହି କଭର କିଣିବା ପାଇଁ ଚାହୁଁ ନାହାନ୍ତି ତେବେ ପ୍ଲାଷ୍ଟିକ୍‌ର ଜରି କିମ୍ବା ବ୍ୟାଗ୍‌ ଆପଣଙ୍କ ପାଖରେ ରଖନ୍ତୁ। ବର୍ଷା ହେଲା ଏହାକୁ ବ୍ୟବହାର କରି ମୋବାଇଲରୁ ବର୍ଷା ପାଣିରୁ ବଞ୍ଚାଇ ପାରିବେ।

publive-image

ବର୍ଷା ହେଉଥିବା ସମୟରେ ମୋବାଇଲକୁ ସିଧାସଳଖ କାନରେ ଦେଇ କଥା ହେବା ବଦଳରେ ଇୟରଫୋନ୍‌ ଓ ବ୍ଲୁଟୁଥ୍‌ର ବ୍ୟବହାର କରନ୍ତୁ। ଆଜିକାଲି ମାର୍କେଟରେ ହ୍ଵାଟର୍‌ ପ୍ରୁଭ୍‌ ଇୟରଫୋନ୍‌ ଓ ବ୍ଲୁଟୁଥ୍‌ ଉପଲବ୍ଧ ହେଲାଣି। ଏପରି କରିବା ସତ୍ତ୍ୱ ବି ଯଦି ଫୋନ୍‌ ପାଣିରେ ଭିଜି ଯାଉଛି। ଘରେ ପହଞ୍ଚିବା ମାତ୍ରେ ଫୋନ୍‌ରୁ ବ୍ୟାଟେରି ବାହାର କରି ଫଙ୍ଖା ତଳେ ଶୁଖାଇ ଦିଅନ୍ତୁ। ଫୋନ୍‌କୁ ସଙ୍ଗେସଙ୍ଗେ ଅନ୍‌ କରନ୍ତୁ ନାହିଁ। ଫୋନ୍‌ ସମ୍ପୂର୍ଣ୍ଣ ଭାବେ ଶୁଖି ସାରିଲା ପରେ ଅନ୍‌ କରନ୍ତୁ।

ଫୋନ୍‌କୁ ଶୁଖାଇବା ପାଇଁ ହେୟାର ଡ୍ରାୟର ବ୍ୟବହାର କଦାପି କରନ୍ତୁ ନାହିଁ। ଏହା ଦ୍ୱାରା ମୋବାଇଲ ଆହୁରି ଖରାପ ହେବାର ସମ୍ଭାବନା ରହିଥାଏ।