ଆପଣ ସହଜରେ କ୍ଳାନ୍ତ ହୋଇପଡ଼ୁଛନ୍ତି କି, ଜାଣନ୍ତୁ କ’ଣ ଏହାର କାରଣ ହୋଇପାରେ !

୧-ପ୍ରଥମତଃ ଶରୀରର ଓଜନ ସାମାନ୍ୟ କମ୍‌ ବା ବେଶି ହେବା ହେଉଛି କ୍ଳାନ୍ତିର କାରଣ।
୨-ଦ୍ୱିତୀୟତଃ ଥାଇରଏଡ ଗ୍ରନ୍ଥିର ସଠିକ୍‌ ଭାବରେ କାର୍ଯ୍ୟ ନ କରିବା ବି ଏହାର କାରଣ ଅଟେ।
୩-ହୃଦୟ ରୋଗ,ମାନସିକ ଅବସାଦ,ଚିନ୍ତା ,ଅନିଦ୍ରା ଓ ଅବସାଦ ହେଉଛି କ୍ଳାନ୍ତିର ଅନ୍ୟ କାରଣ ।
୪-ଅତ୍ୟଧିକ ମାତ୍ରାରେ କୈଫିନ୍‌ ବା ଆଲ୍‌କହଲର ସେବନ ବି ଅନିଦ୍ରା ସମସ୍ୟା ବଢ଼ାଇଥାଏ,ଯାହାଦ୍ୱାରା କି ବ୍ୟକ୍ତିକୁ କ୍ଳାନ୍ତି ଅନୁଭବ ହୁଏ।
୫-ପେଟ ଏବଂ ଛାତିର ସଂକ୍ରମଣ କ୍ଳାନ୍ତି ବା ଥକାପଣର ଅନ୍ୟ ଏକ କାରଣ ଅଟେ।
୬-ପାଓ୍ଵାରଫୁଲ୍‌ ପେନ୍‌କ୍ଲିଅର୍‌ର ସେବନ ବି ବ୍ୟକ୍ତିଠାରେ କ୍ଳାନ୍ତି ଅନୁଭବ କରାଇବାର ଆଉ ଏକ କାରଣ ହୋଇଥାଏ।
୭-କ୍ୟାନ୍‌ସରର ଉପଚାର ,ଯେପରିକି ରେଡିୟୋଥେରେପି ଓ କିମୋଥେରେପି ବି ଏହାର କାରଣ ଅଟେ।

Image Source–the telegraph

୮-ମଧୁମେହ ରୋଗୀଙ୍କ ରକ୍ତରେ ସୁଗାରର ସ୍ତର ଅତ୍ୟଧିକ ବୃଦ୍ଧି ଯୋଗୁଁ ବି କ୍ଳାନ୍ତିି ଲାଗିଥାଏ।
୯-ଏହାବ୍ୟତୀତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ବିଶେଷକରି ମାଇଗ୍ରେନ୍‌ ଏବଂ ହାଇ ବ୍ଲଡ୍‌ ପ୍ରେସରକୁ ରୋକୁଥିବା ଔଷଧରେ ରହିଥିବା ରସାୟନ ଯୋଗୁଁ ବି ବ୍ୟକ୍ତିକୁ ଥକା ଲାଗିଥାଏ।
୧୦-ଡାଇରିୟା,ଏନିମିୟା ଏବଂ ଭାଇରାଲ୍‌ ଜର ଯୋଗୁଁ ବି ବ୍ୟକ୍ତିକୁ କ୍ଳାନ୍ତ ଲାଗିଥାଏ।
୧୧-ଅତ୍ୟଧିକ ମାତ୍ରାରେ ମାନସିକ ବା ଶାରୀରିକ ପରିଶ୍ରମ କରିବା ଯୋଗୁଁ ବି ବ୍ୟକ୍ତି କ୍ଳାନ୍ତ ଅନୁଭବ କରେ।
୧୨-ଭିଟାମିନ୍‌ସ ଏବଂ ମିନେରାଲ୍‌ସ କମ ହେଲେ ବି କ୍ଳାନ୍ତି ଅନୁଭୂତ ହୋଇଥାଏ।

ସମ୍ବନ୍ଧିତ ଖବର