ତମାଖୁ ସେବନ ଦ୍ୱାରା ହୋଇପାରେ ବ୍ରେନଷ୍ଟ୍ରୋକ ସହ କ୍ୟାନ୍ସର

ବିଶ୍ବ ତମାଖୁ ବର୍ଜନ ଦିବସ ଅଵସରରେ ଉଦ୍ଦେଶ୍ୟ ସହ ଓଡ଼ିଶାର ସ୍ଥିତି ଜଣାଇଲେ ବିଶେଷଜ୍ଞ

ଭୁବନେଶ୍ୱର: ତମାଖୁ ବା ଟୋବାକୋ ସେବନ ପ୍ରାଣଘାତକ ହୋଇପାରେ। ତମାଖୁ ସେବନ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ସହିତ ଶାରୀରିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ | ଅବଶ୍ୟ, ଏହା ଜାଣିବା ସତ୍ତ୍ୱେ, ଲୋକମାନେ ଧୂଆଁଯୁକ୍ତ ଓ ଧୂଆଁମୁକ୍ତ ତମାଖୁ ସେବନ କରୁଛନ୍ତି | ତେବେ ଲୋକଙ୍କୁ ତମାଖୁ ସେବନ ନକରିବା ପାଇଁ ସଚେତନ କରିବାକୁ ପ୍ରତିବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ମେ ମାସ ୩୧ ତାରିଖକୁ ବିଶ୍ବ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଉଛି। | ଚଳିତ ବର୍ଷ ତମାଖୁ ବର୍ଜନ ଦିବସର ବିଷୟ ରହିଛି ‘ଆମକୁ ଖାଦ୍ୟ ଆବଶ୍ୟକ, ତମାଖୁ ନୁହେଁ’| ତେବେ ତମାଖୁ ଆମ ଶରୀର ପାଇଁ କେତେ ହାନିକାରକ ତାହା ଆପଣ ଜାଣନ୍ତି କି? ବିଶେଷଜ୍ଞ ଡାକ୍ତର ସୁବାସ ଚନ୍ଦ୍ର ନାୟକ କହିଛନ୍ତି ଯେ ତମାଖୁ ସେବନ ଦ୍ୱାରା କେବଳ ମୁଖଗହ୍ଵର କର୍କଟ ବା ଯକୃତ କ୍ୟାନସର ହୋଇନଥାଏ, ବରଂ ବିଭିନ୍ନ ହୃଦରୋଗ, ବ୍ରେନଷ୍ଟ୍ରୋକ ଓ ଶ୍ୱାସ ଭଳି ସମସ୍ୟା ଦେଖାଯାଏ |

ଯେଉଁ ମହିଳାମାନେ ତମାଖୁ ସେବନ କରୁଛନ୍ତି, ସେମାନେ ଯେତେବେଳେ ସନ୍ତାନ ପ୍ରସବ କରୁଛନ୍ତି, ସେତେବେଳେ ପିଲାଟିର ଓଜନ ବହୁତ କମ ରହୁଛି | ଧୂଆଁଯୁକ୍ତ ଟୋବାକୋ(ବିଡି, ସିଗାରେଟ) ଓ ଧୂଆଁମୁକ୍ତ ଟୋବାକୋ(ଗୁଟଖା, ପାନ ମସଲା) ସେବନ ଦିନକୁ ଦିନ ଯୁବପିଢିଙ୍କଠାରୁ ଆରମ୍ଭ କରି ସମସ୍ତ ବୟସର ବର୍ଗଙ୍କୁ ପ୍ରଭାବିତ କରୁଥିବାବେଳେ ସାମାଜିକ, ଆର୍ଥିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ପକାଉଛି | କାରଣ ତମାଖୁ ସେବନ ଦ୍ୱାରା ଯେତେବେଳେ କ୍ୟାନ୍ସର ଭଳି ରୋଗ ହୁଏ ଓ ବ୍ୟକ୍ତିଙ୍କର ଚିକିତ୍ସା ହୁଏ, ଏହା ପରେ ବି ଶରୀର ଉପରେ ପ୍ରଭାବ ରହୁଛି | ଓଡ଼ିଶାର କଥା କହିବାକୁ ଗଲେ ପ୍ରାୟ ୫୨ ପ୍ରତିଶତ ପୁରୁଷ ଓ ୩୩ ପ୍ରତିଶତ ମହିଳା ଧୂଆଁମୁକ୍ତ ଟୋବାକୋର ସେବନ କରୁଛନ୍ତି | ଦିନକୁ ଦିନ ଯୁବପିଢିଙ୍କ ମଧ୍ୟରେ ଟୋବାକୋ ସେବନର ପରିମାଣ ବଢି ବଢି ଚାଲିଥିବାବେଳେ ପାଖାପାଖି ୧୪ ପ୍ରତିଶତ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରମାନେ ଏବେ ଟୋବାକୋ ସେବନ କରୁଛନ୍ତି |

ସମ୍ବନ୍ଧିତ ଖବର