ଜାଣନ୍ତୁ ଆଜିର ରାଶିଫଳ

ମେଷ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ କଟିବ। ମନରେ ଗୁରୁଜନଙ୍କ ପ୍ରତି ପ୍ରେମ ଭାବ ରହିବ। କ୍ୟାରିୟରର ଉନ୍ନତି ଲାଗି ନୂଆ ପରାମର୍ଶ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସୁରେଶ୍ୱରୀ।

 


ବୃଷ: ଆଜି କେବଳ ନିଜ କାମରେ ମନଯୋଗ ଦିଅନ୍ତୁ। ଚାକିରିରେ କୌଣସି ମନୋକାମନା ପୂରା ହେବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଜୀବନସାଥୀଙ୍କୁ ଖୁସି ମିଳିପାରେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ରାମଚଣ୍ଡୀ।

 

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳମିଳାପ ହେବ। ବଡ଼ କଂପାନି ସହିତ ସଉଦା କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

 


କର୍କଟ: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ। ଆପଣଙ୍କୁ କୌଣସି ଶୁଭ ସୂଚନା ମିଳିବ। ପ୍ରଗତି ପଥରେ ଅଗ୍ରସର ହେବେ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

ସିଂହ: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ ତାହା ସଫଳ ହେବ। ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଟେଲି କଳାକାରଙ୍କ ପାଇଁ ନୂଆ ସୁଯୋଗ ରହିଛି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

 

କନ୍ୟା: କାର୍ଯ୍ୟକ୍ଷେତ୍ରରେ ପ୍ରସ୍ତୁତ କରୁଥିବା ଯୋଜନାକୁ ଗୁପ୍ତ ରଖନ୍ତୁ। ଅନ୍ୟଥା ଅନ୍ୟମାନେ ତାର ଫାଇଦା ନେବେ। ମିତ୍ର ଆପଣଙ୍କର ପ୍ରଶଂସା କଲେ ସେଥିରେ ଭଳି ଯାଆନ୍ତୁ ନାହିଁ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ। ବିଦେଶରେ ଶିକ୍ଷା ପ୍ରାପ୍ତ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ସବୁଜ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଅଚାନକ ଧନପ୍ରାପ୍ତି ହେବ। ବ୍ୟାବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

 

ବିଛା: ଆପଣ ନିଜ ଉପରେ ଭରସା ରଖି କାମ କରନ୍ତୁ। କୌଣସି ବଡ଼ କାମରୁ ଆଜି ବଡ଼ ଫାଇଦା ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପାରିବାରିକ କ୍ଳେଶ ଦୂର ହେବ। ଛାତ୍ରଙ୍କୁ ଗୁରୁଜନଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

 

ଧନୁ: ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ। କ୍ୟାରିୟରର ଠିକ୍‌ ଦିଶାରେ ଅଗ୍ରସର ହେବେ। ପ୍ରସିଦ୍ଧି ଓ ପ୍ରଶଂସା ମିଳିବା ଯୋଗ ରହିଛି। ବ୍ୟବସାୟୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ମକର: ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ଆପଣଙ୍କୁ ମାର୍ଗ ତିଆରି କରିବାକୁ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

 

କୁମ୍ଭ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ନୂଆ କାମ କରିବା ପୂର୍ବରୁ ମାତାପିତାଙ୍କ ରାୟ ନିଅନ୍ତୁ, ଭଲ ହେବ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

 


ମୀନ: ଭାଗ୍ୟର ସହଯୋଗ ପାଇବେ। କାର୍ଯ୍ୟ ବିନା ବାଧାବିଘ୍ନରେ ସଂପନ୍ନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ବେକାରଙ୍କୁ ରୋଜଗାର ମିଳିବ। ପ୍ରେମିକାଙ୍କୁ ବିବାହ ପାଇଁ ରାଜି କରାଇନେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ସମ୍ବନ୍ଧିତ ଖବର