ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଛି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

ବୃଷ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ବ୍ୟବସାୟରେ ପରିଧି ବଢ଼ିବ। ନୂଆ ଚାକିରି ମିଳିବା ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବିଜ୍ଞାନ ଛାତ୍ରଙ୍କୁ ଅଧ୍ୟୟନ ପାଇଁ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।


ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ହର ପାର୍ବତୀ।

କର୍କଟ: ଆପଣଙ୍କ ପରିଶ୍ରମରୁ ଭଲ ଫଳାଫଳ ମିଳିପାରେ। ମହତ୍ତ୍ଵପୂର୍ଣ୍ଣ ମାମଲାରେ ମିତ୍ରଙ୍କ ସହିତ କଥାବାର୍ତ୍ତା କରିବେ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ। ପ୍ରେମ ସଂପର୍କରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଖୁବ୍‌ ଶୁଭ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।


ସିଂହ: ଆପଣଙ୍କ ଚଞ୍ଚଳ ସ୍ୱଭାବ ପାଇଁ ଅଶାନ୍ତି ହୋଇପାରନ୍ତି। ବ୍ୟୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଜୀବନସାଥୀଙ୍କ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଆପଣଙ୍କ ଜୀବନ ପାଇଁ ସଫଳତାର ଦିନଟିଏ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଆମଦାନିର ନୂଆ ଅବସର ଖୋଲିବ। ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ବିବାହ ସମ୍ବନ୍ଧରେ ବାଧା ଦୂର ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। ରାଜନୀତିରେ ସଫଳତା ମିଳିବ। କୌଣସି କାମରୁ ଆପଣଙ୍କୁ ଆଶାରୁ ଅଧିକ ଧନ ଲାଭ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଏକାଗ୍ରତା ବଜାୟ ରଖନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସୁରେଶ୍ୱରୀ।

 

ବିଛା: ଆତ୍ମବିଶ୍ୱାସର ସ୍ତର ବୃଦ୍ଧି ହେବ। ସ୍ଥଗିତ ଥିବା କାମ ପୂରା ହେବ। ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ପରିବାରରେ ଅଶାନ୍ତି ଦୂର ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ଧନୁ: ନିଜ ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ଯେଉଁ କାମ ହାତକୁ ନେବେ ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ବିଚାରରେ ମତଭେଦ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଆପଣଙ୍କ ସନ୍ତାନ ପାଇଁ ବିବାହ ପ୍ରସ୍ତାବ ଆସିବ। ପରିବାରରେ ହସଖୁସିର ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ପରିବାରରେ ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ମୀନ: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। କିଛି ଖାସ୍‌ କାମର ଯାତ୍ରାରେ ଯିବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

ସମ୍ବନ୍ଧିତ ଖବର