ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ଆପଣଙ୍କୁ ଯୋଗ୍ୟ ବିବେଚିତ କରିବାରେ ସଫଳ ହେବେ। ଧନ ବୃଦ୍ଧିର ଶୁଭ ସଂକେତ ମିଳିବ। ବିଦେଶରୁ ସୁସମ୍ବାଦ ପାଇବେ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଚନ୍ଦନେଶ୍ୱର।


ବୃଷ: ଦିନଟି ମହତ୍ତ୍ଵପୂର୍ଣ୍ଣ ରହିବ। ସବୁ ପ୍ରୟାସ ସଫଳ ହେବ। ବ୍ୟବସାୟରେ ଉନ୍ନତି ଓ ଧନଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ କିଣିବା ହେତୁ ଖୁସି ଅନୁଭବ କରିବେ। ପରିବାର ସହିତ ବାହାରକୁ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ରାମଚଣ୍ଡୀ।


ମିଥୁନ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଅଭାବୀଙ୍କୁ ସହାୟତା କରିବେ। ଦିନଟି ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ରହିବ। ଚାକିରିରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

କର୍କଟ: ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ; ସଫଳତା ମିଳିବ। ଶତ୍ରୁ ଓ ବିରୋଧୀଙ୍କ ପ୍ରତି ସାବଧାନ ରହନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଘରକୁ ପୁରୁଣା ବନ୍ଧୁ ଆସିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।


ସିଂହ: ବ୍ୟବସାୟରେ ଲାଭ ଓ ଉନ୍ନତି ହୋଇପାରେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟବନ୍ଧୁଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରୀଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

କନ୍ୟା: ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ସରକାରୀ ଚାକିରିରେ ଥିବା ବ୍ୟକ୍ତି ସୁଖବର ପାଇବେ। ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ତୁଳା: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କାରବାର ବିସ୍ତାର ହେବ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଆପଣଙ୍କୁ କୌଣସି ମହତ୍ତ୍ଵପୂର୍ଣ୍ଣ ସୂଚନା ମିଳିପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ। ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଲକ୍ଷ୍ୟକୁ ନେଇ ଯାତ୍ରା ପୂରା କରିବାରେ ସଫଳ ହେବେ। ବିଦେଶରେ ଚାକିରିର ସୁଯୋଗ ମିଳିବ। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ନୂଆ ଘର କିଣିବା ପାଇଁ ଦିନଟି ଭଲ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ଅତୁଟ ରହିବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଯଥେଷ୍ଟ କାମ ମିଳିବ। ପ୍ରେମ ସମ୍ବନ୍ଧ ଓ ବୈବାହିକ ଜୀବନରେ ସୁଖୀ ରହିବେ। ଚାକିରିରେ ବଡ଼ ସଫଳତା ମିଳିବା ଯୋଗ ରହିଛି। ଶୁଭରଙ୍ଗ: ନୀଳ। ଆରାଧନା: ଭଗବାନ ବିଷ୍ଣୁ।

କୁମ୍ଭ: ଆଜି ଆପଣ ଯାହା ବି କାମ କରିବେ ଲାଭ ପାଇବେ। ଚାକିରି ସମ୍ବନ୍ଧିତ ଭଲ ଖବର ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ମାନ-ସମ୍ମାନ ପାଇବେ। ପରିବାର ସଦସ୍ୟଙ୍କ ଠାରୁ ନୂଆ ବସ୍ତ୍ର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।


ମୀନ: ଆଜି ଯୋଗ ଉପରେ ଧ୍ୟାନ ଦିଅନ୍ତୁ। କାରବାରରେ କିଛି ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭଦାୟୀ ହେବ। ସନ୍ଧ୍ୟାରେ ପତ୍ନୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଆନ୍ତୁ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଗାୟତ୍ରୀ।

ସମ୍ବନ୍ଧିତ ଖବର