ଜାଣନ୍ତୁ ଆଜିର ରାଶିଫଳ

ମେଷ: ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। କର୍ତ୍ତୃପକ୍ଷ ଆପଣଙ୍କର ପଦୋନ୍ନତି ପାଇଁ ବିଚାର କରିବେ। ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ମହାଲକ୍ଷ୍ମୀ।

ବୃଷ: ବ୍ୟବସାୟରେ ଉନ୍ନତି ପାଇଁ ନୂଆ ରଣ କୌଶଳ ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ, ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବଢ଼ିବ। ଚାକିରିଆଙ୍କର ଦରମା ବଢ଼ିପାରେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ୱର।

ମିଥୁନ: ଧର୍ମ-କର୍ମ କରନ୍ତୁ, ଲାଭ ମିଳିବ। ଆପଣଙ୍କ ନିର୍ଣ୍ଣୟ ଶକ୍ତି କିଛି ମାତ୍ରାରେ ଅଭାବ ରହିବ। ବାରମ୍ବାର ଯୋଜନା ପରିବର୍ତ୍ତନ କରୁଥିବା ବ୍ୟକ୍ତି ଅଶାନ୍ତିରେ ରହିବେ। ଭାଗୀଦାରିଙ୍କ ସହିତ ଉତ୍ତମ ବୁଝାମଣା ରଖନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କର୍କଟ: ଆପଣ ନିଜର ପରିଧାନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବେ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ଆୟ ବଢ଼ିବା ହେତୁ ମନ ଖୁସି ରହିବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ସିଂହ: ଆଜି ଆପଣ ଯାହା ବି କାମ କରିବେ, ଲାଭ ପାଇବେ। ବ୍ୟବସାୟରେ ବିସ୍ତାର ପାଇଁ ବିଚାର କରିବେ। କର୍ତ୍ତୃପକ୍ଷ ଆପଣଙ୍କ କାମରେ ଖୁସି ରହିବେ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

କନ୍ୟା: ଭାଗ୍ୟର ତାରକା ଉଜ୍ଜ୍ଵଳ ରହିବ। ବେପାର ଉଦ୍ୟୋଗରେ ଠିକ ସମୟରେ ସଠିକ ନିର୍ଣ୍ଣୟ ନେବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ବଢ଼ିବ। ରାଜ୍ୟ ବାହାରକୁ ଯିବା ପାଇଁ ସୁଯୋଗ ଆସିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

ତୁଳା: ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭକାରୀ ରହିବ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ପାଇବେ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

 

ବିଛା: ଆପଣଙ୍କ ପରାକ୍ରମ ବୃଦ୍ଧି ହେବ। ଯେଉଁ କାମରେ ଯିବେ ସଫଳତା ପାଇବେ। ସେୟାର କିଣିବେ ବା ନୂଆ କାରବାରରେ ନିବେଶ ପାଇଁ ବିଚାର କରିବେ। ଭାଇଭଉଣୀଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ୱରୀ।

 

ଧନୁ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। କର୍ତ୍ତୃପକ୍ଷ ଆପଣକୁ ନୂଆ ଦାୟିତ୍ଵ ଅର୍ପଣ କରିବେ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହର ପାର୍ବତୀ।

 

ମକର: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ବନ୍ଧୁଙ୍କ ସହିତ ଲାଗିରହିଥିବା ମତଭେଦ ଦୂର ହେବ। ଆମଦାନିର ନୂଆ ରାସ୍ତା ଉନ୍ମୁକ୍ତ ହେବ। ଅଫିସ୍‌ରେ ଶାନ୍ତିର ବାତାବରଣ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ଆତ୍ମସମୀକ୍ଷାରେ ସମୟ ବିତିବ। ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସବୁ ଠିକ୍‌ ହୋଇଯିବ। ବଡ଼ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର କରିବେ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

 

ମୀନ: ଆପଣଙ୍କ ଭିତରେ ଅତ୍ୟଧିକ ଉତ୍ସାହ ଦେଖିବାକୁ ମିଳିବ। କୌଣସି ବଡ଼ ସଉଦା ହୋଇପାରେ। ଚାକିରିଆଙ୍କର ମନୋକାମନା ପୂରା ହେବ। ସନ୍ତାନଙ୍କ ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ସମ୍ବନ୍ଧିତ ଖବର