ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ମନର କଥା କାହାରିକୁ କହିବେ। କମ୍‌ ଦାମରେ ଭଲ ଘର ମିଳିପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଷ୍ଟକ୍‌ ଓ ମିଚ୍ୟୁଆଲ୍‌ ଫଣ୍ଡ୍‌ରେ ନିବେଶ ଲାଭଦାୟକ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ମିଥୁନ: ଆର୍ଥିକ ଦୃଷ୍ଟିରୁ ଦିନଟି ଖୁବ ଭଲ ରହିବ। ଆପଣଙ୍କର କିଛି ଆଶା ପୂରା ହେବାର ଯୋଗ ରହିଛି। ସ୍ୱାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ବନ୍ଧୁଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

କର୍କଟ: ଦିନଟି ଖୁସିଭରା ରହିବ। ବନ୍ଧୁଙ୍କ ଠାରୁ ଭଲ ଖବର ବା ଉପହାର ପାଇବେ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ଉନ୍ନତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

ସିଂହ: ସକାରାତ୍ମକ ଭାବନାରେ ରହନ୍ତୁ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମହିଳାଙ୍କ ଭାବନା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ପୁସ୍ତକ ବ୍ୟବସାୟୀଙ୍କୁ ଧନଲାଭ ହେବ। ଜୀବନସାଥୀ ଓ ପାଖଲୋକଙ୍କ ସହିତ ସମ୍ବନ୍ଧ ସୌହାର୍ଦ୍ଦପୂର୍ଣ୍ଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ତୁଳା: ଚାକିରିରେ ସୁଖୀ ରହିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ସରକାରୀ ନେଣଦେଣରେ ଆପଣ ଯଥେଷ୍ଟ ଲାଭ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।


ବିଛା: ଦେବୀମାତାଙ୍କ ଧ୍ୟାନରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଘର ପରିଷ୍କାର କରିବାରେ ସମୟ ଦେବେ। ଧନ ଆଗମନର ଯୋଗ ରହିଛି। ଦିନଟି ବ୍ୟବସାୟ ଦୃଷ୍ଟିକୋଣରୁ ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ଧନୁ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ରାଜନୀତିରେ ସମାଜ ସେବା କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ମକର: ଦିନଟି ବଢ଼ିଆ ରହିବ। କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ବ୍ୟବସାୟରେ ସଉଦା ପାଇଁ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।


କୁମ୍ଭ: ଆପଣଙ୍କ ମନୋଭାବ ଭଲ ରହିବ। ଭାବିଥିବା କାମ ବିନା ବାଧାରେ ସଂପନ୍ନ ହେବ। ସମାଜରେ ମାନ-ସମ୍ମାନ ବଢ଼ିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ଶାରୀରିକ ଦୃଷ୍ଟିରୁ କ୍ଳାନ୍ତ ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କର ଅନ୍ତରଆତ୍ମା ପ୍ରଖର ରହିବ। ଆପଣଙ୍କ ସମ୍ମୁଖକୁ ଆସୁଥିବା ବ୍ୟକ୍ତିଙ୍କ ମନୋଭାବକୁ ଶୀଘ୍ର ବୁଝିନେବେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ପ୍ରେମ ପ୍ରସଙ୍ଗ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର