ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ଢେର୍‌ ଶୁଭଫଳ ପ୍ରଦାନ କରିବ। ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 


ବୃଷ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଭାବିଥିବା କାମ ବିନା ବାଧାବିଘ୍ନରେ ପୂରା ହେବ। ସୁସମ୍ବାଦ ପାଇବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କ ମନୋକାମନା ପୂରା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

 

ମିଥୁନ: ଦିନଟି ସକାରାତ୍ମକ ଭରା ରହିବ। ଘରକୁ କୌଣସି ସଂପର୍କୀୟ ଶୁଭ ସମାଚାର ନେଇ ଆସିବେ। କମ୍ପ୍ୟୁଟର ଇଂଜିନିୟରଙ୍କୁ ରାଜ୍ୟ ବାହାରେ ଚାକିରି ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

 

କର୍କଟ: ଅଫିସରେ ଦିନଟି ପ୍ରସନ୍ନତାଭରା ରହିବ। ଭାବିଥିବା କାମ ପୂରା ହୋଇଯିବ। ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ସିଂହ: କ୍ୟାରିୟର ସମ୍ବନ୍ଧରେ କୌଣସି ବଡ଼ ଫଇସଲା ନେଇପାରନ୍ତି। କାର୍‌ ଚଳାଇବା ସମୟରେ ମୋବାଇଲ୍‌ରେ କଥା ହୁଅନ୍ତୁ ନାହିିଁ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

 


କନ୍ୟା: ଦିନଟି ଲାଭପ୍ରଦ ରହିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କଳାକାରଙ୍କୁ ଚଳଚ୍ଚିତ୍ରର ସୁଯୋଗ ମିଳିବ। ଜୀବନସାଥୀ ଓ ବନ୍ଧୁମାନଙ୍କଠାରୁ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସନ୍ତୋଷୀ ମାତା।

 

ତୁଳା: ଉଚ୍ଚାଧିକାରୀଙ୍କୁ ସାକ୍ଷାତ କରନ୍ତୁ; ଲାଭ ମିଳିବ। ଋଣ ପାଇଁ ଆବେଦନ କରିବାର ଶୁଭ ଦିନଟିଏ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ପରିବାରରେ ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

 


ବିଛା: ଆପଣ ପ୍ରୟାସ ଜାରି ରଖନ୍ତୁ। ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ। ବ୍ୟବସାୟ ସମ୍ବନ୍ଧରେ ବିଦେଶ ଯାତ୍ରା କରିବେ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

 


ଧନୁ: ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିବେ। ବ୍ୟବସାୟରେ ତ୍ୱରିତ୍ଵ ଫଇସଲା ଲାଭପ୍ରଦ ହେବ। ଶତ୍ରୁଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ମକର: ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ। ଯାହା ବି କାମ କରିବେ, ସଫଳତା ହାସଲ କରିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଆସିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 


କୁମ୍ଭ: ଆଜି ଆପଣଙ୍କୁ ଆରାମ ମିଳିବ। ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାର ଖୋଲିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ବ୍ୟବସାୟରେ ଅପାର ସଫଳତା ମିଳିବ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ। ଛାତ୍ରମାନେ ଆଜି ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ୱର।

ସମ୍ବନ୍ଧିତ ଖବର