ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ପୂରା ଦିନ ଊର୍ଜାଭରା ରହିବେ। ଚାକିରିରେ ପଦୋନ୍ନତି ହେବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ୱରୀ।

 

ବୃଷ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ମିତ୍ରଙ୍କ ମାଧ୍ୟମରେ ଲାଭ ମିଳିପାରେ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 


ମିଥୁନ: ଆପଣ ବହୁତ କିଛି ଚିନ୍ତା କରିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମୋବାଇଲ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସବୁଜ।

 

କର୍କଟ: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଯଶ ବଢ଼ିବ। କମ୍ପ୍ୟୁଟର ଇଂଜିନିୟରଙ୍କୁ ବିଦେଶରେ ଚାକିରି ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ସିଂହ: ଆଜି କିଛି ମହତ୍ତ୍ଵପୂର୍ଣ୍ଣ ଫଇସଲା ନେବାରେ ଅସୁବିଧା ହୋଇପାରେ। କୁତର୍କରୁ ନିବୃତ୍ତ ରହନ୍ତୁ। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ପରିଶ୍ରମ ଅଧିକ କରିବାକୁ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

 


କନ୍ୟା: ଖୋଦକୁ ଊର୍ଜାବାନ ଅନୁଭବ କରିବେ। ନୂଆ କାମ ଧନ୍ଦା ଆରମ୍ଭ କରିବା ଲାଗି ଦିନଟି ଶୁଭ। ପରିବାରର ସବୁ ସଦସ୍ୟଙ୍କ ଭରପୂର ସହଯୋଗ ପାଇବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ସବୁଜ। ଆରାଧନା: ହର ପାର୍ବତୀ।

 

ତୁଳା: ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଆହୁରି ଭଲ ହେବ। ଇଲେକ୍ଟ୍ରୋନିକ୍‌ସ ସାମଗ୍ରୀ କିଣିବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଅରାଧନା: ମାଆ ଭଦ୍ରକାଳୀ।

 

ବିଛା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବେପାର ଉଦ୍ୟୋଗରେ ଉନ୍ନତି ଯୋଗ ରହିଛି। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ଦିନଟି ବ୍ୟସ୍ତତାରେ କଟିବ। ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବିଜ୍ଞାନ ଛାତ୍ର ପ୍ରାକ୍ଟିକାଲ କ୍ଲାସ୍‌ କରିବା ଜରୁରୀ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

 


ମକର: ଆଗକୁ ବଢ଼ିବାର ଦିନଟିଏ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ପାଇବେ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ତାରିଣୀ।

 

ମୀନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମହାଦେବ।

ସମ୍ବନ୍ଧିତ ଖବର