ଜାଣନ୍ତୁ ଆଜିର ରାଶିଫଳ

ମେଷ: ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା କପିଳାସ।

 

ବୃଷ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। କଂପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

 

ମିଥୁନ: ଦିନଟି ବଢ଼ିଆ ରହିବ। ଜରୁରୀ କାମର ସମାଧାନ ଲାଗି ଯୋଜନା କରିବେ। ଟଙ୍କା ପଇସା ନେଣଦେଣରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମିକପ୍ରେମିକାମାନେ ଟିକେ ଅଶାନ୍ତିରେ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଭଲ। ନିର୍ଣ୍ଣୟର ଫଇସଲା ଲାଭପ୍ରଦ ହୋଇପାରେ। ଜୀବନରେ ସୁଖ ଶାନ୍ତି ଆସିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀ ଜଗନ୍ନାଥ।

 

ସିଂହ: ଧର୍ମକ୍ଷେତ୍ରକୁ ଯାତ୍ରା ଯୋଗ ରହିଛି। ଧ୍ୟାନ ଜପରେ ମନକୁ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଘରକୁ କୌଣସି ସଂପର୍କୀୟ ଶୁଭ ସମାଚାର ନେଇ ଆସିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

 


କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ଆଜି ଆପଣଙ୍କର ନୂଆ ଲୋକଙ୍କ ସହିତ ପରିଚୟ ହେବ। ଛାତ୍ରଛାତ୍ରୀ ପଢ଼ିବା ଲେଖିବାରେ ଏକାଗ୍ରତା ବଜାୟ ରଖନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ପୁରୁଣା ବ୍ୟବସାୟୀଙ୍କୁ ସଉଦାରୁ ଅଚାନକ ଧନଲାଭ ହେବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସ କାମର ଚାପ କମ୍‌ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

 

ବିଛା: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ସବୁ କାମ ସହଜରେ ହୋଇଯିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ଯୌଥ କାରବାରରୁ ଯଥେଷ୍ଟ ଲାଭ ପାଇବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

 

ଧନୁ: ଦିନଟି ଖୁସିଭରା ରହିବ। ଦୀର୍ଘ ଦିନରୁ ଅଟକିଥିବା ପଇସା ମିଳିବ। କ୍ୟାରିୟର ମାମଲାରେ କିଛି ଭଲ ହୋଇପାରେ। ବନ୍ଧୁଙ୍କ ସହିତ ସିନେମା ଦେଖିବା ପାଇଁ ଯୋଜନା କରିବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

 


ମକର: ପରିଶ୍ରମ ଅଧିକ କରନ୍ତୁ। ସଫଳତା ମିଳିବାର ଯୋଗ ରହିଛି। କୌଣସି ନୂଆ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଛାତ୍ରଛାତ୍ରୀମାନେ ମନ ଲଗାଇ ପଢ଼ନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ଆପଣଙ୍କ ସହିତ ଭୁଲ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ପୁରୁଣା କଥା ଭୁଲି ନୂଆ କାମର ଶୁଭାରମ୍ଭ କରନ୍ତୁ। ରାଜନୀତିରେ ମନୋକାମନା ପୂରା ହେବ। ବହୁ ମୂଲ୍ୟ ବସ୍ତୁ କିଣିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସମଲେଶ୍ୱରୀ।

 

ମୀନ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ସନ୍ତାନଙ୍କ କାମରେ ଖୁସି ହେବେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର