ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ସୂର୍ଯ୍ୟ ଭଳି ଚମକିବେ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। କୌଣସି ସମାରୋହକୁ ଯିବେ। ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ବୃଷ: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ବେପାର ଉଦ୍ୟୋଗରୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ପରିବାର ସହିତ ସମୟ ବିତେଇବାର ସୁଯୋଗ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ନୂଆ ଘର ଓ ବାହନ କିଣିବା ପାଇଁ ସମୟ ଶୁଭ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 


କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଅଚାନକ ଫାଇଦା ହେବ। ଛାତ୍ରଙ୍କୁ ବଢ଼ିଆ ଅବସର ମିଳିପାରେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 


ସିଂହ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ସ୍ୱାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ୱର।

 


କନ୍ୟା: ନକାରାତ୍ମକ ଚିନ୍ତା ମନରୁ ବାହାର କରି ଦିଅନ୍ତୁ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମ ସଂପର୍କରେ ମଧୁରତା ଆସିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କଟକଚଣ୍ଡୀ।

 

ତୁଳା: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ରାଜନୀତିରେ ସୀମା ବଢ଼ାଇବେ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ଡଳମଣି।

 

 

ବିଛା: କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ହେତୁ ଖୁସି ରହିବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। କ୍ୟାରିୟର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଅବିବାହିତଙ୍କ ଲାଗି ଦିନଟି ଭଲ। ବିବାହର ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 


ଧନୁ: ଜୀବନରେ ଉନ୍ନତି ପାଇଁ ବହୁତ ସୁଯୋଗ ମିଳିବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। ଛାତ୍ରୀମାନେ ଅଧ୍ୟୟନରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

 


ମକର: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ବ୍ୟବସାୟରେ ଉନ୍ନତି ହେବ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସନ୍ତୋଷୀ ମାତା।

 

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି। ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

ମୀନ: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କର ଅଟକି ଥିବା ପଇସା ମିଳିବ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ୱାକ୍ଷର କରିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଅମ୍ବିକା।

ସମ୍ବନ୍ଧିତ ଖବର