ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନ ସୁଗମ ରହିବ। ଧାର୍ମିକ ଅନୁଷ୍ଠାନରେ ରୁଚି ବଢ଼ିବ। ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ ପାଇଁ ନୂଆ ଚୁକ୍ତିନାମା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ବାହରକୁ ବୁଲି ଯିବେ। ଶୁଭରଙ୍ଗ:ଲାଲ। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମନରେ ନୂଆ ବିଚାର ଉତ୍ପନ୍ନ ହେବ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଆପଣଙ୍କର କିଛି ଆଶା ପୂରା ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ:ଧଳା। ଆରାଧନା:ମାଆ ରାମଚଣ୍ଡୀ।

 

ମିଥୁନ: ବାପାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଅଧୁରା ଥିବା କାମ ଯଥା ସମୟରେ ପୂରା କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଛାତ୍ରୀମାନଙ୍କର ଲେଖାପଢ଼ାରେ ମନ ଅଧିକ ଲାଗି ରହିବ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ସୂର୍ଯ୍ୟଦେବ।

 

କର୍କଟ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ରାଜନୀତିରେ ସୀମା ବଢ଼ିବ। ଅଫିସରେ ପଦୋନ୍ନତିର ସୁଯୋଗ ରହିଛି। ଶୁଭରଙ୍ଗ:ଧଳା। ଆରାଧନା:ପ୍ରଭୁ ଶ୍ରୀଜଗନ୍ନାଥ।

 


ସିଂହ: ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିପାରେ। ଶୁଭରଙ୍ଗ:ଲାଲ। ଆରାଧନା: ମାଆ ତାରିଣୀ।

 

କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ପଇସା ଅର୍ଜିବାର ବିଚାର ଦେବା ଲୋକ ଆପଣଙ୍କୁ ମିଳିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଶୁଭରଙ୍ଗ:ଧଳା। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଦିନଟି ବଢ଼ିଆ ରହିବ। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ଵ ଗ୍ରହଣ କରିବେ। ସହକର୍ମୀଙ୍କ ସହିତ ବୁଝାମଣା ଭଲ ରହିବ। ବେପାରୀବର୍ଗଙ୍କୁ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଭଦ୍ରକାଳୀ।

 

 

ବିଛା: ଅଫିସରେ କୌଣସି କାମ କରିବା ପୂର୍ବରୁ ପ୍ରବନ୍ଧକର୍ତ୍ତାଙ୍କ ରାୟ ନିଅନ୍ତୁ ଭଲ ହେବ। କୌଣସି କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ:ସବୁଜ। ଆରାଧନା:ହର ପାର୍ବତୀ।

 

ଧନୁ: ନିଜ ଉପରେ ବିଶ୍ୱାସ ରଖନ୍ତୁ। ଧୈର୍ଯ୍ୟ ଧରି କାମ କରନ୍ତୁ ସଫଳତା ମିଳିବ। ଅଫିସରେ ଲାଗି ରହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ। ଉଧାର ଦେଇ ଥିବା ପଇସା ପାଇବେ। ଶୁଭରଙ୍ଗ:କ୍ରୀମ୍‌। ଆରାଧନା:ଶ୍ରୀଗଣେଶ।

 


ମକର: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ନୂଆ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସଦିଚ୍ଛା ପାଇବେ। ଆପଣଙ୍କୁ ବ୍ୟବସାୟର କିଣାବିକାରେ ଲାଭ ହେବ। ଶୁଭରଙ୍ଗ:ଧଳା। ଆରାଧନା:ସୂର୍ଯ୍ୟଦେବ।

 

କୁମ୍ଭ: ଦିନଟି ଠିକ୍‌ଠାକ୍‌ ରହିବ। ଭାବିଥିବା କାମ ବିନା ବିଘ୍ନ ବାଧାରେ ସଂପନ୍ନ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଅସହାୟଙ୍କୁ ସହାୟତା କରିବେ। କାରବାରର ବିସ୍ତାର ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ:ଧଳା। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ପରିବାରରେ ହସଖୁସିର ବାତାବରଣ ରହିବ। ନ୍ୟାୟିକ ମାମଲା ଆପଣଙ୍କୁ ବିରକ୍ତି କରିପାରେ। ଶୁଭରଙ୍ଗ:ମ୍ୟାଜଣ୍ଡା। ଆରାଧନା:ମାଆ ଅମ୍ବିକା।

ସମ୍ବନ୍ଧିତ ଖବର