ଜାଣନ୍ତୁ ଆଜିର ରାଶିଫଳ

ମେଷ: ମାନସିକ ସ୍ତରରେ ପ୍ରସନ୍ନ ଓ ସନ୍ତୁଷ୍ଟ ରହିବେ। ଯାହା ବି କାମ କରିବେ; ସଫଳତା ହାସଲ କରିବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ। ଡାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଦାମ୍ପତ୍ୟ ଜୀବନରେ ସୁଖ-ଶାନ୍ତି ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

 

ବୃଷ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ରହିବେ। କାର୍ଯ୍ୟ କ୍ଷେତ୍ରରେ କୌଣସି ବଡ଼ ଅବସର ଆସିବ। ବୃତ୍ତି ମୂଳକ ବିଦ୍ୟା ଅଧ୍ୟୟନ କରୁଥିବା ଛାତ୍ରୀଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ପୁରୁଣା ଚିନ୍ତା ଆଜି ସମାପ୍ତ ହେବ। ବ୍ୟବସାୟୀଙ୍କୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ମିଳିବ। କର୍ତ୍ତୃପକ୍ଷଙ୍କ ଠାରୁ ଆପଣଙ୍କୁ ଉପହାର ମିଳିପାରେ। ଛାତ୍ରମାନେ ଆଜି ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସୁରେଶ୍ୱରୀ।


କର୍କଟ: ଦିନଟି ଆପଣଙ୍କୁ ଢେର୍‌ ଶୁଭଫଳ ପ୍ରଦାନ କରିବ। ଯାତ୍ରା ମଙ୍ଗଳମୟ ଓ ସୁଖଦ ରହିବ। ସାମାଜିକ ମେଳମିଳାପ ବଢ଼ିବ। ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ଵ ମିଳିବା ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 


ସିଂହ: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ସ୍ଥଗିତ ଥିବା କାମ ପୂରା ହେବ। କୌଣସି ଭଲ ଖବର ପାଇବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କ ମନସ୍କାମନା ପୂରଣ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 


କନ୍ୟା: ଆଜି ଆପଣ ଖୁବ୍‌ ଊର୍ଜାବାନ ଅନୁଭବ କରିବେ। ବିବାହ ସମ୍ବନ୍ଧରେ ବାଧା ଦୂର ହେବ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀମାନେ ନିଜ ନିଜ ଯୋଗ୍ୟତା ଅନୁସାରେ ସଫଳତା ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଆଖଣ୍ଡଳମଣି।

 


ତୁଳା: ଅଫିସ୍‌ରେ ଦିନଟି ପ୍ରସନ୍ନତାଭରା ରହିବ। ସ୍ଥଗିତ ଥିବା କାମ ପୂରା ହେବ। ସମାଜରେ ଆପଣଙ୍କୁ ମାନ-ସମ୍ମାନ ମିଳିବ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

 

ବିଛା: କ୍ୟାରିୟର ସମ୍ବନ୍ଧରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବାହନ ଚଳାଇବା ସମୟରେ ମୋବାଇଲରେ କଥା ହୁଅନ୍ତୁ ନାହିଁ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

 

ଧନୁ: ଆପଣଙ୍କର ନୂଆ ଊର୍ଜା ଅନ୍ୟକୁ ପ୍ରଭାବିତ କରିବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କଳାକାରଙ୍କୁ ଚଳଚ୍ଚିତ୍ରର ସୁଯୋଗ ମିଳିବ। ନୂଆ ଘର କିଣିବା ପାଇଁ ସୁନ୍ଦର ଯୋଗ ରହିଛି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

 

ମକର: ଉଚ୍ଚ ପଦାଧିକାରୀଙ୍କୁ ସାକ୍ଷାତ କରନ୍ତୁ; ଲାଭ ମିଳିବ। ଋଣ ପାଇଁ ଆବେଦନ କରିବାର ଶୁଭ ଦିନଟିଏ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ପରିବାରରେ ଢେର୍‌ସାରା ଖୁସି ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

 


କୁମ୍ଭ: ପ୍ରୟାସ ଜାରି ରଖନ୍ତୁ; ଆପଣଙ୍କର ବଡ଼ ସ୍ୱପ୍ନ ପୂରା ହୋଇଯିବ। ବନ୍ଧୁଙ୍କ ଠାରୁ ମୂଲ୍ୟବାନ ଉପହାର ପାଇବେ। ଭାଇଭଉଣୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମୀନ: ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିବେ। ବ୍ୟବସାୟରେ ତ୍ୱରିତ୍ଵ ଫଇସଲା ଲାଭପ୍ରଦ ହେବ। ବିରୋଧୀଙ୍କ ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

ସମ୍ବନ୍ଧିତ ଖବର