ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ପ୍ରଗତିରେ ଆସୁଥିବା ବାଧା ଦୂର ହେବ। ସନ୍ତାନଙ୍କ ଉନ୍ନତିରେ ଗୌରବାନ୍ବିତ ହେବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀଙ୍କ ଠାରୁ ଖୁବ୍‌ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

 

ବୃଷ: ଦିନଟି କ୍ୟାରିୟର ପାଇଁ ଖୁବ୍‌ ଭଲ। ଇଚ୍ଛା ପୂରା କରିବା ପାଇଁ ପ୍ରୟାସ ସଫଳ ହେବ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ହେବ। ସ୍ବାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବଗଳାମୁଖୀ।

 

ମିଥୁନ: ସବୁ ଦିଗରୁ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିରେ ଭଲ ଦରମା ମିଳିବ। ଜମି ଦଲାଲଙ୍କୁ ପୁରୁଣା ସ˚ପତ୍ତିରୁ ଲାଭ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

 

କର୍କଟ: ବ୍ୟବସାୟିକ ଯୋଜନା କରିବାରେ ବ୍ୟସ୍ତ ରହିବେ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ପ୍ରତିଯୋଗିତାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସମଲେଶ୍ବରୀ।

 


ସି˚ହ: ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ମିଠା ମିଠା କଥା କହି ଆପଣଙ୍କ କାମ କରାଇନେବେ। ବ୍ୟବସାୟରେ ଅର୍ଥନିବେଶରୁ ଲାଭ ହୋଇପାରେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିରଜା।

 

କନ୍ୟା: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। କୌଣସି ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ବାହନ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

 

 

ବିଛା: ସମୟକୁ ସକାରାତ୍ମକ କାମରେ ବିନିଯୋଗ କରନ୍ତୁ। ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ; ଫାଇଦା ହେବ। ମନୋର˚ଜନଧର୍ମୀ କାର୍ଯ୍ୟରେ ପଇସା ଖର୍ଚ୍ଚ ହୋଇପାରେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ଚର୍ଚ୍ଚିକା।

 


ଧନୁ: ଚେଷ୍ଟାରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ଅଫିସରେ ଦିନଟି ପ୍ରସନ୍ନତା ଭରା ରହିବ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 


ମକର: ପରିବାର ସହିତ ଅଧିକ ସମୟ ଖୁସିରେ କଟିବ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୈଦେଶିକ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। ଶୁଭରଙ୍ଗ: ଫିକା ନୀଳ। ଆରାଧନା: ବାବା ଲିଙ୍ଗରାଜ।

 


କୁମ୍ଭ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ସ୍ଥଗିତ ଥିବା କାମ ସବୁ ପୂରା ହେବ। ବିରୋଧୀମାନେ ଆପଣଙ୍କ ସମ୍ମୁଖରେ ନତମସ୍ତକ ହେବେ। ପୁରୁଣା ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଆଗକୁ ବଢ଼ିବାର ଦିନଟିଏ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ବାବା କପିଳାସ।

ସମ୍ବନ୍ଧିତ ଖବର