ଜାଣନ୍ତୁ ଆଜିର ରାଶିଫଳ

ମେଷ: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ଆସିବ। ବଜାରରେ ବାକି ପଡ଼ିଥିବା ପଇସା ପାଇବେ। ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ବାକ୍ଷର କରିବେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ହସଖୁସିରେ କଟିବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ଭଦ୍ରକାଳୀ।


ବୃଷ: ମାତାପିତାଙ୍କ ସ୍ନେହ ପାଇବେ। ଆପଣଙ୍କର ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଅତିଶୀଘ୍ର ପୂରା କରିବେ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।


ମିଥୁନ: ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ସାଙ୍ଗ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ବାବା ଲିଙ୍ଗରାଜ।


କର୍କଟ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। କର୍ମକ୍ଷେତ୍ରରେ ଯୋଦ୍ଧାଙ୍କ ଭଳି ରହିବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।


ସି˚ହ: ଯାହାଙ୍କୁ ଆପଣ କ୍ଷମା କରିପାରିବେ ନାହିଁ, ତାଙ୍କୁ ଭୁଲି ଯାଆନ୍ତୁ। ବୁଦ୍ଧିମତ୍ତାରେ କାମ କରନ୍ତୁ; ସଫଳତା ପାଇବେ। ପରିବାର ସହିତ ପାହାଡ଼ିଆ ଅଞ୍ଚଳକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

 

କନ୍ୟା: ପୂଜାପାଠରେ ଅଧିକ ସମୟ ବିତିବ। ଅଫିସରେ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରେ ଭୋଜନ ଓ ସିନେମା ଦେଖିବା ହେତୁ ମନକୁ ଶାନ୍ତି ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆପଣଙ୍କ ମନ କିଛି କହିବ ଆଉ ହୃଦୟ କିଛି କହିବ। ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ, ଭଲ ହେବ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା।

 

ବିଛା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ପରିବାର ମାମଲାରେ ମହତ୍ତ୍ବପୂର୍ଣ୍ଣ ଫଇସଲା କରିବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।


ଧନୁ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ବଡ଼ ଭାଇଙ୍କ ସହଯୋଗ ପାଇବେ। ଶତ୍ରଙ୍କୁ ପରାସ୍ତ କରିବେ। କାର୍ଯ୍ୟ ପରିସର ବୃଦ୍ଧି ଲାଗି ସୁଅବସର ମିଳିବ। ଜୀବନସାଥୀଙ୍କ ସହିତ ସହରକୁ ଜିନିଷ କିଣିବାକୁ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଦୁର୍ଗା।


ମକର: ବହୁ ଦିନର ସ୍ବପ୍ନ ସାକାର ହେବ। ଆମଦାନି ଲାଗି ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ଅଫିସରେ କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ପ୍ରଶ˚ସା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ; ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ଅଫିସ୍‌ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିମଳା।

ମୀନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ସରକାରୀ ଚାକିରିଆଙ୍କୁ ଲାଭ ମିଳିବାର ସୁଯୋଗ ରହିଛି। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ସମ୍ବନ୍ଧିତ ଖବର