ମେଷ: ଆଜି ଆପଣ ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କଲେ କ୍ଷତି ହୋଇପାରେ। ଅପବ୍ୟୟ ଉପରେ ଅଙ୍କୁଶ ଲଗାନ୍ତୁ। ପାରିବାରିକ ବିବାଦରୁ ନିବୃତ୍ତ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବା ପାଇଁ ପ୍ରେରଣା ମିଳିବ। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ହେବ। ଛାତ୍ରୀଙ୍କୁ ପଢ଼ାଲେଖାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ସମଲେଶ୍ବରୀ।
/sambad/media/post_attachments/wp-content/uploads/2017/11/singha.jpg)
ସି˚ହ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ଭାବିଥିବା ସବୁ କାମ ପୂରା ହେବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ପୁରୁଣା ସ˚ପତ୍ତିରୁ ଲାଭ ମିଳିବାର ସମ୍ଭାବନା। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ସୂର୍ଯ୍ୟଦେବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଦିନଟି ଆପଣଙ୍କ ଲାଗି ଖୁବ୍ ଭଲ ରହିବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଅଫିସ୍ରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇବାରେ ସଫଳ ହେବେ। ଅଚାନକ େଢର୍ସାରା ଧନ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ହର ପାର୍ବତୀ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ମାତାପିତାଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କ୍ୟାରିୟରର ପ୍ଲାନିଂ କରିବା ପାଇଁ ଦିନଟି ଶୁଭ। ଭଲ ଓକିଲଙ୍କ ସହଯୋଗ ମିଳିବ। ସରକାରୀ କାମରେ ଲାଗି ରହିଥିବା ବାଧା ଦୂର ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ହନୁମାନ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। କୌଣସି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ; ସଫଳ ହେବେ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।
ମକର: ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାେର ସକ୍ଷମ ହେବେ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ସମାପ୍ତ ହେବ। ପରିବାରରେ ବଡ଼ଙ୍କ ଠାରୁ ପ୍ରଶ˚ସା ପାଇବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀକୃଷ୍ଣ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ହେବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଆପଣଙ୍କ ବ୍ୟବହାର ବହୁତ ମିଷ୍ଟ ରହିବ। ଅଚାନକ ଖୁସି ଖବର ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ସୂର୍ଯ୍ୟଦେବ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ମିଳିବ। ଜୀବନସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ। ବିଦ୍ୟାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଖବର ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସରସ୍ବତୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/today-rasifal-17.jpg)