ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ଉତ୍ପନ୍ନ ହେବ। ଜୀବନସାଥୀଙ୍କ ସହିତ କୌଣସି ସମାରୋହକୁ ଯିବେ। ବିଦ୍ୟାର୍ଥୀଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ପାଟଣେଶ୍ବରୀ।

ବୃଷ: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।


ମିଥୁନ: ସତ୍‌ସଙ୍ଗରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଦୁର୍ଗା।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କିଛି ସୁଯୋଗ ମିଳିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସମଲେଶ୍ବରୀ।

ସି˚ହ: ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡେ଼ାଶୀଙ୍କ ଠାରୁ ଭଲ ଖବର ପାଇବେ। ଆଜି ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ରାଜନୀତି କ୍ଷେତ୍ରକୁ ଯିବା ଲାଗି ବିଚାର କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ସୂର୍ଯ୍ୟଦେବ।


କନ୍ୟା: ସାରାଦିନ ସ୍ଫୂର୍ତ୍ତିଶୀଳ ରହିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ତୁଳା: ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ପାଇବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ଶ୍ରୀ ଗଣେଶ।

ବିଛା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ହେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। କିଛି କାମ ଆପଣଙ୍କ ଇଚ୍ଛାନୁସାରେ ହୋଇନପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନ ଧୢାନ ଦେଇ ଶୁଣନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

ମକର: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କ କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ମହିଳାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମଙ୍ଗଳା।

କୁମ୍ଭ: ପରିବାର ସହିତ ଅଧିକ ସମୟ ବିତେଇବା ହେତୁ ମନରେ ପ୍ରସନ୍ନତା ଆସିବ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିଁରୁ ଲାଭ ପାଇବେ। ସେୟାର ବଜାରରେ ଆପଣଙ୍କୁ ଲାଭ ମିଳିପାରେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ମୀନ: ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଆପଣଙ୍କୁ ପାରିବାରିକ ଦାୟିତ୍ବ ଅର୍ପଣ କରାଯାଇପାରେ। ଶୁଭରଙ୍ଗ: ଧୂସର। ଆରାଧନା: ସତ୍ୟନାରାୟଣ।

ସମ୍ବନ୍ଧିତ ଖବର