ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହଯୋଗରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ବ୍ୟାବସାୟିକ କାମରେ ଯାତ୍ରାରେ ଯାଇପାରନ୍ତି। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ସମୟ ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ପ୍ରିୟବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଚାକିରିରେ ନୂଆ ପ୍ରସ୍ତାବ ମିଳିପାରେ। ପରିବାର ମଧୢରେ ଆନନ୍ଦଉଲ୍ଲାସ ଦେଖାଦେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।


ମିଥୁନ: ଆପଣଙ୍କର କୌତୁକିଆ ସ୍ବଭାବ ଲୋକପ୍ରିୟତା ବୃଦ୍ଧି କରାଇବ। ଆର୍ଥିକ ପକ୍ଷ ମଜଭୁତ ହେବ। ଅଫିସରେ କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ଡାକରା ପଡ଼ିବ। ମହିଳାମାନେ ଘର କାମରେ ପତିଙ୍କ ସହଯୋଗ ପାଇବେ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ବିମଳା।

କର୍କଟ: ଆଜି ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଯାହା ବି ଫଇସଲା କରନ୍ତୁ; ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଘର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାମ ଧନ୍ଦାରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହୋଇପାରେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


କନ୍ୟା: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ। ବେପାରୀଙ୍କୁ ଅଚାନକ ଧନଲାଭ ହେବ। ଜୀବନସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ତୁଳା: ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପରିବାରରେ ବଡ଼ଙ୍କ ଠାରୁ ପ୍ରେମ ଓ ଆଶୀର୍ବାଦ ପାଇବେ। ପଇସା ଯେମିତି ଆସିବ, ସେମିତି ଖର୍ଚ୍ଚ ହେବ। ବାହାର କାମରେ ଗଲାବେ‌େଳ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଜୀବନରେ ସୁଖ ଶାନ୍ତି ଆସିବ। ପରିଯୋଜନା କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।


ଧନୁ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଇଚ୍ଛା ପୂରା କରିବା ଲାଗି କରିଥିବା ପ୍ରୟାସରେ ସଫଳ ହେବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ଅଳଙ୍କାର ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭପ୍ରଦ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ମକର: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ମହତ୍ତ୍ବପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଆଖଣ୍ତଳମଣି।

କୁମ୍ଭ: ପରିବାର ସହଯୋଗରେ ଜରୁରୀ କାମ ପୂରା ହେବ। ରାଜନୀତିରେ ସଫଳତା ପାଇବେ। କମ୍ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ କଟକଚଣ୍ତୀ।

ମୀନ: ଆପଣଙ୍କ କାମର ପ୍ରଶ˚ସା ହେବ। ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ନୂଆ ବାହନ କିଣିବା ଲାଗି ଦିନଟି ଶୁଭ। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ସମ୍ବନ୍ଧିତ ଖବର