ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ସହିତ ଆନନ୍ଦ ଉଲ୍ଲାସ‌େର ସମୟ କଟିବ। ନିଜ ପାଇଁ ପରିଧାନ କିଣିବେ। ଶୁଭରଙ୍ଗ: ଲାଲ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। ରାଜନୀତିରେ ସଫଳତା ମିଳିବ। ବିରୋଧୀପକ୍ଷ ଗୁପ୍ତରୂପେ ଆପଣଙ୍କର ପ୍ରଶ˚ସା କରିବେ। ଅଚାନକ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।


ମିଥୁନ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁଙ୍କ ସହିତ ଅଧିକ ସମୟ ବ୍ୟୟ କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

କର୍କଟ: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଆୟର ନୂଆ ସାଧନ ମିଳିବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ବୈବାହିକ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସି˚ହ: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ରାଜ୍ୟରେ ଆପଣଙ୍କୁ କୌଣସି ଉଚ୍ଚପଦ ମିଳିପାରେ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଛାତ୍ରଛାତ୍ରୀମାନେ ଏକାଗ୍ର ଚିତ୍ତରେ ଅଧୢୟନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ବ୍ୟାବସାୟିକ କାମରେ ଯାତ୍ରା‌େର ଯାଇପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ତୁଳା: ଆଜି ଆପଣ ଧୈର୍ଯ୍ୟ ଧରି କାମ କରିବାର ଆବଶ୍ୟକତା ରହିଛି। ବଡ଼ଙ୍କ ରାୟ ଗ୍ରହଣ କରନ୍ତୁ; ଲାଭ ହେବ। ସାର୍ବଜନିକ ଜୀବନରେ ଯଶ, ମାନ ଓ ପ୍ରତିଷ୍ଠା ପାଇବେ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଅଫିସରେ କୌଣସି ନୂଆ ପରିଯୋଜନା‌େର କାମ କରିପାରନ୍ତି। ମହିଳାଙ୍କୁ ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଦିନସାରା ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ରାଜନୀତିକ କାମରେ ରୁଚି ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖାଦ୍ୟ-ପାନୀୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିରଜା।

ମକର: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଆପଣଙ୍କ ମନୋକାମନା ପୂରା ହେବାର ନଜରକୁ ଆସିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ମଙ୍ଗଳା।

କୁମ୍ଭ: ଇଷ୍ଟଦେବଙ୍କ କୃପାରୁ ସଫଳତା ଆପଣଙ୍କ ସମ୍ମୁଖରେ ଦଣ୍ତାୟମାନ। କାର୍ଯ୍ୟ କ୍ଷେତ୍ରରେ ନୂଆ ଅବସର ପ୍ରାପ୍ତ ହେବ। ରାଜନୀତିରେ ଉଚ୍ଚପଦ ମିଳିପାରେ। କୌଣସି ସମାରୋହରେ ନିକଟ ସ˚ପର୍କୀୟଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ସନ୍ତୋଷୀ ମାତା।

ମୀନ: ଦିନଟି ଉତ୍ସାହ ବର୍ଦ୍ଧକ ରହିବ। ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁଙ୍କ ମାଧୢମରେ ପୂରା କରିବେ। ସରକାରୀ କ୍ଷେତ୍ରରେ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ।

ସମ୍ବନ୍ଧିତ ଖବର