ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ଘରକୁ ନୂଆ ବନ୍ଧୁଙ୍କ ଆସିବା ହେତୁ ଖୁସିର ବାତାବରଣ ରହିବ। ବ୍ୟବସାୟୀଙ୍କୁ କୌଣସି ଚୁକ୍ତିରୁ ଅଚାନକ ଧନଲାଭ ହେବ। ଚାକିରିଆଙ୍କର ଦରମା ବୃଦ୍ଧି ହୋଇପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଆର୍ଥିକ ଦୃଷ୍ଟିରୁ ଦିନଟି ବହୁତ ଭଲ ରହିବ। ବିଲ୍‌ଡରଙ୍କୁ ଅଚାନକ ଯଥେଷ୍ଟ ଲାଭ ହେବ। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ପରିବାର ସମ୍ବନ୍ଧୀୟ କୌଣସି ଜରୁରୀ ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କୀଚକେଶ୍ବରୀ।

ମିଥୁନ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପୁରୁଣା ଚିନ୍ତା ସମାପ୍ତ ହେବ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶିକ୍ଷକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କର୍କଟ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ରଚନାତ୍ମକ କାମରେ ନାମ ହେବ। ଆର୍ଥିକ ମାମଲାରୁ ଲାଭ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସି˚ହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ହେବ। କୌଣସି ନୂଆ କାମ ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। କୌଣସି ନୂଆ ପରିଯୋଜନା ପୂରା କରିବା ଲାଗି ମନଯୋଗ ସହକାରେ କାମ କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ପିତାଙ୍କ ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ଆର୍ଥିକ ପକ୍ଷ ମଜଭୁତ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ହର ପାର୍ବତୀ।

ବିଛା: ଭାଗ୍ୟ ଆପଣଙ୍କୁ ସାଥ ଦେବ। ଘରକୁ କୌଣସି ସ˚ପର୍କୀୟ ଶୁଭ ଖବର ନେଇ ଆସିବେ। ଠିକ୍‌ ଫଇସଲା ନେବା‌କୁ ସହଜ ହେବ। ରାଜନୈତିକ ପରିଧି ବଢ଼ିବ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ପାଟଣେଶ୍ବରୀ।


ଧନୁ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ମହତ୍ତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। କ୍ୟାରିୟର ସହିତ ସ˚ଶ୍ଳିଷ୍ଟ ନୂଆ ସୁଯୋଗ ମିଳିପାରେ। ନେତାଙ୍କ ସହିତ ସ˚ପର୍କ ଘନିଷ୍ଠ ହେବ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ଦିନଟି ଆନନ୍ଦମୟ ରହିବ। ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବ୍ୟବସାୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଅଚାନକ ଧନଲାଭ ହେବ। ହକି ଖେଳାଳିମାନେ ପ୍ରଦର୍ଶନ ଭଲ କରିବେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଶାରଳା।

ମୀନ: ଦିନଟି ଆପଣଙ୍କ ପାଇଁ ସୁଖ ଓ ଶାନ୍ତିମୟ ରହିବ। ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ମନ ମୁତାବକ ସବୁ କାମ ପୂରା ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜୀବନସାଥୀଙ୍କ ଠାରୁ ଭଲ ଉପହାର ପାଇବେ। ଶୁଭରଙ୍ଗ: ଗୋଲାପି। ଆରାଧନା: ଶ୍ରୀ ଗଣେଶ।

ସମ୍ବନ୍ଧିତ ଖବର