ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ଭାବିଥିବା ସବୁ କାମ ପୂରା ହୋଇଯିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କ˚ପ୍ୟୁଟର ଇ˚ଜିନିୟରଙ୍କୁ ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ। ସ˚ପର୍କୀୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମିଥୁନ: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ। ଭାଗୀଦାରଙ୍କ ସଙ୍ଗରେ ରହି କାମ କରିବା‌େର ସକ୍ଷମ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ବାବା ଚନ୍ଦନେଶ୍ବର।

କର୍କଟ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିନେବେ। ନୂଆ ପରି‌େଯାଜନାରେ କାମର ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଆଜି ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିମଳା।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଯାହା ବି ଫଇସଲା କରନ୍ତୁ ଆପଣଙ୍କ ଲାଗି ଲାଭପ୍ରଦ ରହିବ। ସମାଜରେ ପ୍ରତିପତ୍ତି ବଢ଼ିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା: ନିଜ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ମିଳିବ। ସନ୍ତାନଙ୍କ ଠାରୁ ସୁଖ ମିଳିବ। ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବିଛା: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। କ୍ରିକେଟ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ପରିବାର ସଦସ୍ୟଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧୂସର। ଆରାଧନା: ହର ପାର୍ବତୀ।


ଧନୁ: ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ। କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଗୁପ୍ତେଶ୍ବର।

ମକର: ଆପଣଙ୍କର ଚଞ୍ଚଳ ସ୍ବଭାବ ଲାଗି ଅଶାନ୍ତି ହୋଇପାରନ୍ତି। କାହାରି ସହିତ କଥାବାର୍ତ୍ତା କରିବା ସମୟରେ ଭାବିଚିନ୍ତି କୁହନ୍ତୁ। ସରକାରୀ କାମରେ ବାଧା ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଭାବିଥିବା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ। ଜୀବନରେ ସୁଖ ଶାନ୍ତି ଆସିବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ମୀନ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ବ୍ୟବସାୟ‌େର ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ସମଲେଶ୍ବରୀ।

ସମ୍ବନ୍ଧିତ ଖବର