ମେଷ: ପାରିବାରିକ ଅଶାନ୍ତିରୁ ମୁକ୍ତି ପାଇବେ। ଆପଣଙ୍କ କାମ ନେଇ କର୍ତ୍ତୃପକ୍ଷ ଖୁସି ରହିବେ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର କାରଣ ଦେବେ। ଛାତ୍ରଛାତ୍ରୀ ମନ ଚାହୁଁଥିବା ବିଷୟରେ ଭଲ ପ୍ରଦର୍ଶନ କରିବେ।
ବୃଷ: ବେପାରୀଙ୍କୁ ଲାଭ ମିଳିବ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନରେ ସ୍ନେହ ବଢ଼ିବ। ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ଭଲ ଜାଗାରେ ଚାକିରି ମିଳିବ।
ମିଥୁନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସହାୟତା ନେବେ। ଆପଣଙ୍କର ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବେ। ସନ୍ତାନର ଲେଖାପଢ଼ା ନେଇ ଭଲ ଖବର ପାଇବେ।
କର୍କଟ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ଠାରୁ ସହାୟତା ମିଳିବ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।
ସିଂହ: ବେପାରୀଙ୍କ ଲାଗି ଦିନଟି ଭଲ। ବକେୟା ଅର୍ଥ ଫେରସ୍ତ ପାଇବେ। ବଡ଼ଙ୍କର କଥା ଧ୍ୟାନ ଦେଇ ଶୁଣନ୍ତୁ। ଛାତ୍ରଛାତ୍ରୀଙ୍କୁ ନିଜର ପ୍ରକଳ୍ପ ପୂରା କରିବାରେ ସିନିୟରଙ୍କର ସହଯୋଗ ମିଳିବ।
କନ୍ୟା: ଆପଣଙ୍କ ଅଞ୍ଚଳରେ କୌଣସି ରାଜନୈତିକ ସମାରୋହ ହେବ। ନୂଆ ଲୋକଙ୍କ ସହିତ ମିଶି କାମ ଆଗକୁ ବଢ଼ାଇବେ। ନିଜ ପ୍ରେମ ସମ୍ପର୍କ କଥା ଘର ଲୋକଙ୍କୁ କହିବେ।
ତୁଳା: ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଡାକରା ଆସିପାରେ। ନବ ବିବାହିତ ଦମ୍ପତି କୌଣସି ଭଲ ବ୍ୟଞ୍ଜନ ତିଆରି କରିବେ।
ବିଛା: ପନିପରିବା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କ ଲାଗି ପଦୋନ୍ନତିର ଯୋଗ ଅଛି। ଦାମ୍ପତ୍ୟ ଜୀବନ ଭଲ ରହିବ। କୌଣସି ବାଲ୍ୟବନ୍ଧୁ ଘରକୁ ଆସିପାରନ୍ତି।
ଧନୁ: ଭାଗ୍ୟ ଶକ୍ତିଶାଳୀ ରହିବ। ଠିକାଦାରଙ୍କୁ ଭବନ ନିର୍ମାଣ ଲାଗି ଟେଣ୍ଡର ମିଳିବ। ଅବିବାହିତ ଲୋକଙ୍କର ବିବାହ କଥା ଚାଲିବ। ହଜମ ସମସ୍ୟାରୁ ଆରାମ ପାଇବେ।
ମକର: ଆପଣଙ୍କର ପରିସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। କାହାରିକୁ ସାହାଯ୍ୟ କରି ଆପଣଙ୍କୁ ଖୁସି ମିଳିବ। ଛାତ୍ରଛାତ୍ରୀ କନିଷ୍ଠଙ୍କ ସହିତ ନୂଆ ଅନୁଭବ ବାଣ୍ଟିବେ। ପ୍ରେମ ଜୀବନ ଭଲ ରହିବ।
କୁମ୍ଭ: ପରିବାର ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ଆପଣଙ୍କ କାମ ଭଲଭାବେ ପୂରା ହେବ। ବେପାରୀଙ୍କୁ ଅଧିକ ଲାଭ ମିଳିବ। ଗଣିତ ଛାତ୍ରଛାତ୍ରୀ ସାରା ଦିନ ବ୍ୟସ୍ତ ରହିବେ।
ମୀନ: ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ଶିକ୍ଷକଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ପରିବାରରେ ଅାପୋସ ତାଳମେଳ ରହିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ।