ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କାରବାରରେ ନୂଆ ସଉଦା ହେବ। ଆଜି ପରିବାରରେ ବଡ଼ ଖୁସି ଆସିପାରେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ବୃଷ: ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପିତା ଓ ଜୀବନସାଥୀଙ୍କ ସହଯୋଗରେ ବ୍ୟବସାୟ‌େର ଆଗକୁ ବଢ଼ିବେ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।


ମିଥୁନ: ହାସ୍ୟକୌତୁକ ମନୋଭାବରେ ରହିବେ। ସରକାରୀ ଚାକିରିଆଙ୍କର ଆର୍ଥିକ ପକ୍ଷ ମଜଭୁତ ହେବ। ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ବର।

କର୍କଟ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ବ୍ୟବସାୟ‌େର ଶୀଘ୍ର ଫଇସଲାରୁ ଲାଭ ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା ପ୍ରସ୍ତୁତ କରିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଦୁର୍ଗା।

ସି˚ହ: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ମିଠା ମିଠା କଥା କହି ସ୍ଥଗିତ ଥିବା କାମ ସହଜରେ କରିନେବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମିକପ୍ରେମିକା ସ୍ନାନସାରି ମହାଦେବଙ୍କୁ ଦର୍ଶନ କରନ୍ତୁ, ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

କନ୍ୟା: ଭାଗ୍ୟ ଆପଣଙ୍କୁ ଭଲ ସୁଯୋଗ ଦେବ। ବ୍ୟବସାୟ ବୃଦ୍ଧି ଲାଗି ନିକଟ ସଂପର୍କୀୟ ସହଯୋଗ କରିବେ। ନୂଆ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଅଚାନକ ଧନପ୍ରାପ୍ତି ହେବ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ତୁଳା: ଖୁସ୍‌ ମିଜାଜରେ ରହିବେ। କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଯିବାକୁ ଥିବା ଯାତ୍ରା ଆପଣଙ୍କ ଲାଗି ଲାଭପ୍ରଦ ହେବ। ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ବୈବାହିକ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବିଛା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭୈରବୀ।

ଧନୁ: ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ନେଇ ଆସି‌େବ। ସେୟାର କିଣିବେ ବା ନୂଆ କାରବାରରେ ଅର୍ଥନିବେଶ ପାଇଁ ବିଚାର କରିବେ। ଲେଖକଙ୍କୁ ଆଜି ଆପଣଙ୍କ ବିଚାର‌େର ପ୍ରଶ˚ସା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ବରୀ।

ମକର: ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବେକାରଙ୍କୁ ରୋଜଗାର ମିଳିବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ବନ୍ଧୁଙ୍କ ମେଳରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

କୁମ୍ଭ: ପୂଜାପାଠରେ ସମୟ ବିତିବ। ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଘରକୁ ଅତିଥିଙ୍କ ଆସିବା-ଯିବା ଲାଗି ରହିବ। ଛାତ୍ରଙ୍କୁ କୌଣସି ମିତ୍ର ସାହାଯ୍ୟ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଚନ୍ଦନେଶ୍ବର।


ମୀନ: ପୂରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପରିବାରର ଭାଗବଣ୍ଟାକୁ ନେଇ କିଛି ବିବାଦ ହୋଇପାରେ। ସ୍ଥଗିତ ଥିବା କାମ ବନ୍ଧୁଙ୍କ ସାହାଯ୍ୟରେ ପୂରା ହେବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

ସମ୍ବନ୍ଧିତ ଖବର