ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣ ଆଲୋଚକ ରୂପେ କାମ କରିବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ହୋଇପାରେ। କାରବାରରେ ଉନ୍ନତି ହେତୁ ଆତ୍ମବିଶ୍ବାସ ବଢ଼ିବ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ବୃଷ: ଉଚ୍ଚ ଅଧିକାରୀ ଆପଣଙ୍କର କୌଣସି କଥାକୁ ନେଇ ନାରାଜ ହୋଇପାରନ୍ତି। ବ୍ୟବସାୟରେ କଥା ଠିକ୍‌ ଢଙ୍ଗରେ ରଖନ୍ତୁ; ଲାଭ ହେବ। ପାରିବାରିକ ସ˚ପତ୍ତି ବିବାଦ ଠାରୁ ଦୂରେଇ ରହନ୍ତୁ। ସ୍ବାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମିଥୁନ: ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ। କୌଣସି କାମରେ ଜୀବନସାଥୀଙ୍କ ଠାରୁ ସାହାଯ୍ୟ ପାଇବେ। ସ˚ଚାର ଓ ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ନୂଆ ବାହନ କିଣିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ଆଗକୁ ଆସିବ। ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭପ୍ରଦ ହେବ। ଜମିରେ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ଶିକ୍ଷକଙ୍କ ଲାଗି ଦିନଟି ଖୁବ୍‌ ଭଲ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ବିରଜା।

ସି˚ହ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟଥା ଆପଣଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିବ। ଜମି ନେଣଦେଣରେ ଲାଭ ହେବ। ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଦୁର୍ଗା।

କନ୍ୟା: ଆପଣଙ୍କ ହାସ୍ୟକୌତୁକ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଭାଇଙ୍କ ସହଯୋଗରେ ଆୟର ନୂଆ ସ୍ରୋତ ପ୍ରସ୍ତୁତ ହେବ। ଅନ୍ୟମାନଙ୍କ ଆଲୋଚନା ବା ନିନ୍ଦା କରିବାରୁ ନିବୃତ୍ତ ରହନ୍ତୁ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଲକ୍ଷ୍ମୀ ନାରାୟଣ।

ତୁଳା: ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ପୂରା ସହଯୋଗ ମିଳିବ। ନ୍ୟାୟିକ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।


ବିଛା: ସାରାଦିନ ଊର୍ଜା ଭରା ରହିବେ। ଆପଣଙ୍କ ଭଲ ବ୍ୟବହାରରେ ଅଫିସର ଲୋକେ ପ୍ରଭାବିତ ହେବେ। ଅଚାନକ ଧନଲାଭ ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଭଲ ପ୍ରଦର୍ଶନ କରିବେ। ପ୍ରେମ ସ˚ପର୍କ ନିବିଡ଼ ହେବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ସୁରେଶ୍ବରୀ।

ଧନୁ: ସମସ୍ୟାର ସମାଧାନ ପାଇଁ ନୂଆ କୌଶଳ ଅବଲମ୍ବନ କରିବେ। ପରିଶ୍ରମର ଫଳ ଆପଣଙ୍କୁ ମିଳିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଅବିବାହିତଙ୍କର ବିବାହ ଲାଗି ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ ସିନିୟରଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।

ମକର: ଅଫିସରେ ଆଜି ସାବଧାନତା ଅବଲମ୍ବନ କରିବା ଦରକାର। ଆପଣଙ୍କ ବାଣୀ ଉପରେ ସ˚ଯମ ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଯାତ୍ରାରେ ଯାଇପାରନ୍ତି। ମହିଳାଙ୍କୁ ଆଜି ଜୀବନସାଥୀଙ୍କ ଠାରୁ ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।


କୁମ୍ଭ: ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ମିଷ୍ଟ ବ୍ୟବହାରରେ ସବୁ କାମ ପୂରା କରିନେବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ନୂଆ ବାହନ କିଣିବା ଆଶା ପୂରା ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ମଙ୍ଗଳା।

ମୀନ: ଦିନଟି ଖୁସି ଭରା ରହିବ। ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆର୍ଥିକ ଚିନ୍ତା ଦୂର ହେବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କୁ ଆଜି କମ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସମ୍ବନ୍ଧିତ ଖବର