ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ନିର୍ଦ୍ଦିଷ୍ଟ ସମୟରେ କାମ ପୂରା ହେବ। ବିଦେଶରେ ଥିବା ସ˚ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି। ଜୀବନସାଥୀଙ୍କ ଠାରୁ ଢେ଼ର‌୍‌ସାରା ପ୍ରେମ ପାଇବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ବୃଷ: ଆଜି ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିବ। ଅଫିସ ଆପଣ କେବଳ ନିଜ କାମରେ ମ‌େନାଯୋଗ ଦିଅନ୍ତୁ। ବ୍ୟବସାୟରେ ପୂରା ହେବାକୁ ଯାଇଥିବା କାର୍ଯ୍ୟରେ ବାଧା ଉତ୍ପନ୍ନ ହେବ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଶାରଳା।


ମିଥୁନ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ମଧୁର ରହିବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମ‌େନାଯୋଗ ଦେବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

କର୍କଟ: ଆପଣଙ୍କର ସବୁ ପ୍ରୟାସ ସଫଳ ହେବ। ଆପଣଙ୍କ ବ୍ୟବହାର ଦେଖି ଶତ୍ରୁ ବି ବନ୍ଧୁ ହୋଇଯିବେ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିପାରେ। ଚାକିରି ତଲାସରେ ଥିବା ମହିଳାଙ୍କୁ ବଢ଼ିଆ ଚାକିରି ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଫିସରେ ସବୁ ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଆପଣଙ୍କୁ ଧନଲାଭର ସୁବର୍ଣ୍ଣ ସୁଯୋଗ ମିଳିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଅମ୍ବିକା।

କନ୍ୟା: ଯୋଜନାକୁ ଗୁପ୍ତ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ। କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶୁଭରଙ୍ଗ: କଫି। ଆରାଧନା: ମାଆ ସମଲେଶ୍ବରୀ।

ତୁଳା: ଅତ୍ୟଧିକ ଆତ୍ମବିଶ୍ବାସରୁ ନିଜ କାମରେ ସଫଳତା ମିଳିବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଚାକିରିଆଙ୍କୁ ଅଧିକାରୀଙ୍କ ଠାରୁ ବଡ଼ ଦାୟିତ୍ବ ମିଳିବା ଯୋଗ ରହିଛି। ଛାତ୍ରଛାତ୍ରୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଦେବ।

ବିଛା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ଆମଦାନିରେ ଅଚାନକ ବୃଦ୍ଧି ହେବ। ନ୍ୟାୟିକ ମାମଲାରେ ଆପଣଙ୍କୁ ଆରାମ ମିଳିବ। କୌଣସି ସ˚ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି। ଛାତ୍ରୀଙ୍କୁ ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ଧନୁ: ଦିନଟି ସକାରାତ୍ମକ ଭରା ରହିବ। କାମ କରିବା ଗତିରେ ଯଥେଷ୍ଟ ଉତ୍ସାହ ରହିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ଅନୁବନ୍ଧ ହୋଇପାରେ। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଭୈରବୀ।

ମକର: ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଅଫିସରେ ପ୍ରତିଯୋଗିତା ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। ଲକ୍ଷ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କାରବାରୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ଭଲରେ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମୀନ: ବ୍ୟବସାୟ ମାମଲାରେ ଦିନଟି ଭଲ ହୋଇପାରେ। ଏକାଗ୍ରତା ସହିତ କାମ କରନ୍ତୁ ଉନ୍ନତି ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଜୀବନସାଥୀ ଓ ବନ୍ଧୁମାନଙ୍କ ଠାରୁ ସ୍ନେହ ପ୍ରାପ୍ତ କରିବେ। ଛାତ୍ରୀମାନେ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସରସ୍ବତୀ।

ସମ୍ବନ୍ଧିତ ଖବର